ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ସାଧାରଣ ସଭା
ପୁରୀ : ଓଡ଼ିଶାର ଅନ୍ୟତମ ପୂରାତନ ଅଗ୍ରଣୀ ସମବାୟ ଅନୁଷ୍ଠାନ ଦି ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ବ୍ୟାଙ୍କର ମୋଟ ଜମା ପରିମାଣ ୧୦୫ କୋଟି ୭୭ଲକ୍ଷ ୭୭ହଜାର ୩୮୨ଟଙ୍କାରେ ପହଞ୍ଚôଥିବା ବେଳେ, ଋଣ ଦିଆଯାଇଛି ୫୨ କୋଟି ୪ଲକ୍ଷ ୩୫ ହଜାର ୫୨୦ଟଙ୍କା । ବ୍ୟାଙ୍କର ସଭ୍ୟ ସଂଖ୍ୟା ସଂପ୍ରତି ୪୪୧୫୧ରେ ପହଞ୍ଚôଛି । ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କର ଲାଭର ପରିମାଣ ୫୩ ଲକ୍ଷ ୪୯ହଜାର ଟଙ୍କା । ଏହାର ଅଂଶଧନ ୨କୋଟି ୨୧ଲକ୍ଷ ୯୨ହଜାର ୭୮୮ଟଙ୍କା ବୋଲି ବ୍ୟାଙ୍କର ପରିଚାଳନା କମିଟି ସଭାପତି ଗୁଣଧର ଦାସମହାପାତ୍ର ସୂଚନା ଦେଇଛନ୍ତି ।ଆୟୋଜିତ ୮୦ତମ ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତାକରି ଶ୍ରୀ ଦାସମହାପାତ୍ର କହିଥିଲେ ଯେ, ୧୯୪୫ମସିହାରେ ମାତ୍ର ୩ହଜାର ଟଙ୍କା ମୂଳଧନରେ ସହରର ୪୦ଜଣ ସମବାୟବିତଙ୍କୁ ନେଇ ସେ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ଓକିଲ ସ୍ୱର୍ଗତ ଆର୍ତ୍ତବନ୍ଧୁ ଦାସଙ୍କ ଦ୍ୱାରା ଏହି ବ୍ୟାଙ୍କ ପ୍ରତିଷ୍ଠିତ ହୋଇଥିଲା । ୫୪ କର୍ମଚାରୀଙ୍କ ସ୍ଥାନରେ ମାତ୍ର ୨୮ଜଣ କର୍ମଚାରୀ ବ୍ୟାଙ୍କ କାର୍ଯ୍ୟ ତୁଲାଉଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାନୁଯାୟୀ ସମବାୟ ସମିତି ସମୂହର ନିବନ୍ଧକଙ୍କ ବିନାନୁମତିରେ କର୍ମଚାରୀ ନିଯୁକ୍ତି ହୋଇପାରିବ ନାହିଁ । ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ରାମକୃଷ୍ଣ ପୂଜାପଣ୍ଡା ଲାଭକ୍ଷତିର ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ନିଦେ୍ର୍ଦଶକ ଗୀତାଞ୍ଜଳି ପଣ୍ଡା, ରଂଜନା ଦାସ, ଦେବରାଜ ସାହୁ, ରବିନାରାୟଣ ଦାଶ, ସରୋଜ କୁମାର ନାୟକ, ରେଣୁବାଳା ପଣ୍ଡା, ସରସ୍ୱତୀ ସାହୁ ଓ ବ୍ୟାଙ୍କର ସଦସ୍ୟ ସବ୍ୟସାଚୀ ମହାପାତ୍ର ପ୍ରମୁଖ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ବ୍ୟାଙ୍କର ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ବ୍ୟାଙ୍କର ୪ଜଣ ନିଦେ୍ର୍ଦଶକ ଉମାକାନ୍ତ ନାୟକ, ପ୍ରତାପ ମହାନ୍ତି, ଅନୀଲ କୁମାର ସାହୁ ଓ ଡ. ପ୍ରଧାନ ଧୀରେନ୍ଦ୍ର ରାୟ ସାଧାରଣ ସଭାକୁ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏତାଦୃଶ୍ୟ କାର୍ଯ୍ୟକୁ ବ୍ୟାଙ୍କର ଅନ୍ୟ ନିଦେ୍ର୍ଦଶକମାନେ ନାପସନ୍ଦ କରିଥିଲେ । ସଭାପତି ବ୍ୟାଙ୍କରେ ରାଜନୀତି ଚଳିତ ନାହିଁ ଓ ବିରୋଧ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ । ସଭାପତିଙ୍କ ଅଭିଭାଷଣକୁ ବର୍ଜନ କରି ବିରୋଧ କରୁଥିବା ନିଦେ୍ର୍ଦଶକମାନେ ସଭାସ୍ଥଳ ପରିତ୍ୟାଗ କରିଥିଲେ ।