ସାମାଜିକ କର୍ମୀଙ୍କ କଣ୍ଠରୋଧ: ପ୍ରୟାସ ରିପୋର୍ଟ ତଲବ କଲେ ଡ଼ିଜିପି

କଳିଙ୍ଗନଗର : କଳିଙ୍ଗନଗର ଶିଳ୍ପାଂଚଳରେ ସ୍ଥାନୀୟ ନିଯୁକ୍ତି ବଦଳରେ ଅଣଓଡିଆଙ୍କୁ ପ୍ରାଧାନ୍ୟ ଦେଉଥିବା, ଭିଟାମାଟି ହରେଇଥିବା ବିସ୍ଥାପିତ ମାନଙ୍କ ସ୍ୱରକୁ ଚପେଇ ଦେବାକୁ ଆକ୍ରମଣ କରିବା ଘଟଣା ଉପରେ ପୁଲିସ ଲୋକଙ୍କ ଜନଶୁଣାଣି କରିଥିବା ସାମାଜିକ କର୍ମୀଙ୍କ କଣ୍ଠରୋଧ ପ୍ରୟାସକୁ ନେଇ ହୋଇଥିବା ଅଭିଯୋଗ ଉପରେ ରିପୋର୍ଟ ତଲବ କରିଛନ୍ତି ଡ଼ିଜିପି । ରାଜ୍ୟ ପୁଲିସ ମହା ନିର୍ଦେଶକ ଯାଜପୁର ଏସପିଙ୍କୁ ଡିଜି୨୦୨୫୧୧୧୫୩୩୬ ଅଭିଯୋଗ ସଂଖ୍ୟାରେ ରିପୋର୍ଟ ତଲବ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ସିଭିଲ ସୋସାଇଟ ଫୋରମ ଯାଜପୁର ସମ୍ପାଦକ ତଥା ହ୍ୟୁମାନ ରାଇଟ୍ସ ଡ଼ିଫେଣ୍ଡର ବିଶ୍ୱନାଥ ପାତ୍ର କଳିଙ୍ଗନଗର ଶିଳ୍ପାଂଚଳର ସ୍ଥାନୀୟ ଲୋକଙ୍କୁ ନେଇ ଡ଼ୁବୁରି ଠାରୁ ଏକ ପଦ ଯାତ୍ରା କରି ବାରଗାଡ଼ିଆ ଠାରେ ଲୋକଙ୍କ ଜନଶୁଣାଣି କରିବାକୁ ଗତ ୧୧ତାରିଖରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଠାରୁ ଅନୁମତି ମାଗିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କଳିଙ୍ଗନଗର ଆଇଆଇସିଙ୍କ ଅନୁମତି ନିମନ୍ତେ ଆବେଦନ ପତ୍ର ପ୍ରେରଣ କରାଯାଇଥିଲା । କଳିଙ୍ଗନଗର ଆଇଆଇସି ଅନୁମତି ଦେଇନଥିବା ବେଳେ ୧୨ତାରିଖ ଦିନ ଏଏସପି କଳିଙ୍ଗନଗର ରାଲି ନକରି ସଭା କରିବାକୁ ମୌଖିକ କହିଥିଲେ । ତେବେ ସେହିଦିନ ବିଳମ୍ବିତ ରାତିରେ ସିଭିଲ ସୋସାଇଟର ବିଶ୍ୱନାଥ ପାତ୍ରଙ୍କୁ ପୁଲିସ ଖୋଜାଖୋଜି କରିଥିଲା. ଏବଂ ୧୩ ତାରିଖ ସକାଳୁ ସଭାକୁ ଭଣ୍ଡୁର ପାଇଁ ଉଦ୍ୟମ କରି ଦୁଇଟି ପିସିଆର ଭ୍ୟାନ୍ରେ ଯାଜପୁର ରୋଡ଼ ଥାନା ପୁଲିସ ଲୋକଙ୍କୁ ପଚରା ଉଚୁରା କରି ତାଙ୍କୁ ବିନା କାରଣରେ ଉଠାଇନେବାକୁ ଉଦ୍ୟମ କରିଥିଲା । ସାମ୍ବିଧାନିକ ବିଧି ବ୍ୟବସ୍ତା ରେ ରାଲି, ବିକ୍ଷୋଭ, ପ୍ରତିବାଦ କରିବା ମତବ୍ୟକ୍ତ କରିବାର ଅଧିକାର ଆମ ସମ୍ବିଧାନ ଦେଇଥିବା ବେଳେ ଯାଜପୁର ରୋଡ଼ ପୁଲିସ କମ୍ପାନି ସ୍ୱାର୍ଥରେ କଣ୍ଠରୋଧ କରିବାକୁ ଉଦ୍ୟମ କରିଥିଲା ବୋଲି ସିଭିଲ ସୋସାଇଟ ପକ୍ଷରୁ ଯାଜପୁର ଏସପିଙ୍କ ସହ ଗୃହ ବିଭାଗ ସଚିବ ଏବଂ ରାଜ୍ୟ ପୁଲିସ ମହା ନିର୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରି ମନମୁଖୀ ନିତି ଆପଣାଉଥିବା ଯାଜପୁର ରୋଡ଼ ପୁଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା । ସମାଜର ଗରିବ ନିଷ୍ପେସିତ ମାନଙ୍କ ପାଇଁ କାର୍ଯ୍ୟ କରି ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବିଶ୍ୱନାଥ ସୁକିନ୍ଦା ବିହନ ଫାର୍ମ ଠାରୁ ଜିଲାର କଣ ଅନୁକୋଣେ ଘଟୁଥିବା ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରୁଥିବା ବେଳେ ପୁଲିସ ବାକ ସ୍ୱାଧୀନତାକୁ କବର ଦେଇ କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଧାରରେ ପୁଲିସ ମହାନିର୍ଦେଶକ ଏହାକୁ ଗମ୍ଭୀରତା ସହ ନେଇ ରିପୋର୍ଟ ତଲବ କରିଥିବା ସୂଚନା ହସ୍ତଗତ ହୋଇଛି ।