ମହାଦେବ ମନ୍ଦିରରେ ମହାଆଡ଼ମ୍ବରରେ ଜାଗର ପୂଜା
ଯଖପୁରା : ଜାଗର ପାଇଁ ଚଳଚଂଚଳ ଦେବ ପୀଠ । ସବୁଠି ମହା ଆଡ଼ମ୍ବରରେ ମହାଦେବଙ୍କ ଜାଗର ପୂଜା କରାଯାଉଛି । ସହର ଠାରୁ ଗାଁ ଗହଳି ସବୁ ଶୈବ ପୀଠ ମାନଙ୍କରେ ଜାଗର ପୂଜାର ନୀତି କାନ୍ତି କରାଯାଉଛି । ଏହି କ୍ରମେ ଜଖପୁରା ପଂଚାୟତର ବଳୁଙ୍ଗାବନ୍ଦୀ ଗ୍ରାମ ନିକଟରେ ଥିବା ବଗେଇ ମହାଦେବ ଭାବେ ପରିଚିତ ବାବା ବିଶ୍ୱେଶ୍ୱରାୟ ମନ୍ଦିରରେ ଜାଗର ପୂଜା କରାଯାଉଛି । ସକାଳୁ ପ୍ରଭୁଙ୍କ ମନ୍ଦିରରେ ନୀତିକାନ୍ତି ପୂଜା ଅର୍ଚ୍ଚନା କରାଯାଇଛି । ପୂଜା ଅର୍ଚ୍ଚନା ପାଇଁ ଭକ୍ତ ମାନଙ୍କର ମନ୍ଦିରରେ ଲମ୍ବା ଧାଡ଼ି ଲାଗରହିଛି । ସ୍ଥାନୀୟ ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ହରିବୋଲ ହୁଳ ହୁଳିରେ ମନ୍ଦିର ପରିବେଶ ଉଛୁଳି ପଡୁଛି । ଭକ୍ତ ମାନଙ୍କ ହରହର ମହାଦେବ ଧ୍ୱନିରେ ମନ୍ଦିର ପ୍ରକମ୍ପିତ ହୋଇପଡିଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବରେ ମହାଦେବଙ୍କ ଦର୍ଶନ କରିପାରିବେ ସେଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟାର ଆସର କରାଯାଇଛି । ତାଛଡା ବିଶ୍ୱେଶ୍ୱରଙ୍କ ମନ୍ଦିରରେ ମହାଦୀପ ରାତି ସାଢ଼େ ଦଶଟା ସମୟରେ ଉଠିବାର ସମୟ ନିର୍ଘଣ୍ଟ କରାଯାଇଛି । ସମଗ୍ର ଜଖପୁରା ଅଂଚଳରେ ଯଥାକ୍ରମେ କେନ୍ଦୁଢ଼ିପ, ଯଖପୁରା, ମାଣତିରା, ପଙ୍କପାଳ, ରାବଣା ଆଦି ସମସ୍ତ ଗ୍ରାମର ମହାଦେବ ମନ୍ଦିରରେ ଜାଗର ପୂଜା ପାଇଁ ନୀତି କାନ୍ତି କରାଯାଇଛି ।
ଆନନ୍ଦପୁର : ଆନନ୍ଦପୁର ଭଳି ଶୈବ ମାଟିରେ ପ୍ରତେକ ଶୈବପୀଠ ହୋଇଉଠିଛି ଚଳଚଂଚଳ । ପୌରପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡରେ ଥିବା ଏକ ମାତ୍ର ପଶ୍ଚିମାମୁଖୀ ଆନନେ୍ଦଶ୍ୱର ମହେଶ ଶୈବ ମନ୍ଦିରରେ ଭୋର ୪ ଘଟିକାରୁ ଭକ୍ତ ମାନେ ଦୁଗ୍ଧ, ଦଧି, ମଧୁ, ଗୁଡ, ଫଳ, ଧୂପ, ଦୀପ, କେତକୀ ଏବଂ ଅରଖ ଫୁଲ ଧରି ମନ୍ଦିର ସମ୍ମୁଖରେ ଲମ୍ଭା ଧାଡିରେ ଛିଡା ହୋଇ ମହାଦେବଙ୍କ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଭକ୍ତ ଉପବାସ ରହି ଦୀପ ଜାଳି ଉଜାଗର ହୋଇ ତପ, ଜପ କରିଥିଲେ । ରାତି ୧୧.୩୦ ମିନିଟ ସମୟରେ ମୁଖ୍ୟ ପୂଜକ ଜଗବନ୍ଧୁ ଦାସଙ୍କ ଉପସ୍ଥିତରେ ମହାଦୀପ ଉଠାଯାଇଥିଲା । ଶ୍ରୀ ଶ୍ରୀ ଆନନେ୍ଦଶ୍ୱର ମନ୍ଦିର କମିଟି ସଭାପତି ରାମଚନ୍ଦ୍ର ସାହୁଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ