ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ବାଇକ ଚୋରି, ପୁଲିସ ହାତ ଖାଲି
ଚାନ୍ଦବାଲି: ଦିନକୁ ଦିନ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଭୁଶୁଡିବାରେ ଲାଗିଛି । ପ୍ରତେକ ଦିନ ଚୋରି ଡକାୟତି ଭଳି ଖବର ଦେଖିବାକୁ ମିଳୁଛି । ପୁଲିସ ସବୁଜାଣି ନଜାଣିଲା ଭଳି ଅଭିନୟ କରୁଛି । ସୂଚନା ମୁତାବକ ୧୩ ତାରିଖ ରାତିରେ ଚାନ୍ଦବାଲି ବ୍ଲକ ଗୋପୀନାଥ ପୁର ପଂଚାୟତର ଅରୁଣ ଦାସ ନାମକ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ସିସିଟିଭି ବଳୟ ଆଗରେ ନିଜର ବାଇକ ରଖିଥିଲେ । କିଛି ଘଣ୍ଟା ପରେ ସ୍ୱାସ୍ଥ୍ୟକେନ୍ଦ୍ର ବାହାରକୁ ଆସି ଦେଖିବା ବେଳକୁ ବାଇକ ନଥିଲା ବହୁ ଜାଗା ଖୋଜା ଖୋଜି ପରେ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ହେଲେ ଦୁଃଖର ବିଷୟ ଘଟଣାକୁ ୬ଦିନ ବିତିଥିଲେ ମଧ୍ୟ ପୁଲିସ ବାଇକ ଚୋରକୁ ଧରିବାରେ ବିଫଳ । ବାଇକ ଚୋରି ଘଟଣାକୁ ନେଇ ଗ୍ରାମାଞ୍ଚଳ ଅଞ୍ଚଳରେ ଲୋକମାନେ ଆତଙ୍କିତ । ତୁରନ୍ତ ବାଇକ ଚୋରି ଘଟଣାରେ ତଦନ୍ତ କରି ବାଇକ ଠାବ କରିବା ସହିତ ବାଇକ ଚୋର ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।