ସାମ୍ନାକୁ ଆସିଲା ବରଗଡ ଯୁବତୀଙ୍କ ପ୍ରଥମ ଦୃଶ୍ୟ
ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍ । କନକ ନ୍ୟୁଜ୍ ହାତରେ ଲାଗିଛି ପୀଡ଼ିତା ଓ ଜଣେ ଯୁବକଙ୍କ ଫଟୋ । କିଏ ସେହି ଯୁବକ, ଯାହା ସହ ବୁଲୁଥିଲେ ଯୁବତୀ । ଯୁବତୀ ଜଣକ ମୁହଁରେ ମାସ୍କ ଲଗାଇଥିବା ବେଳେ ଯୁବକ ତାଙ୍କ ପାଖରେ ଅଛନ୍ତି । ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହେବା ପରେ ଯୁବତୀ ଜଣଙ୍କ ଏକ ମଲ୍ରେ ବୁଲୁଥିବା ଜଣାପଡିଛି ।
ନିଖୋଜର ୪୮ ଘଣ୍ଟା ପରେ ବରଗଡ଼ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତନାଘନା ଚଳାଇଥିଲା। ତେବେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ। କିନ୍ତୁ ପରିବାର ଲୋକେ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ।