ଗୋପନଗରରେ ସଡ଼କ ଦୁର୍ଘଟଣା; ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଯାଜପୁର ଧର୍ମଶାଳା ଥାନା କାଏମ ଗୋପନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ବୋଝେଇ ଟ୍ରାକ୍ଟର ସହ ବାଇକ୍ ମୁହାଁ ମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ଅନ୍ୟ ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ସୂଚନା ଅନୁସାରେ, ଦୁଇ ଜଣ ଯୁବକ କୋତପୁର ପଟରୁ କାଏମା ଆଡକୁ ଆସୁଥିବା ବେଳେ ନଦୀରୁ ବାଲି ବୋଝେଇ କରି ବନ୍ଧ ଉପରକୁ ଆସୁଥିବା ଟ୍ରାକ୍ଟର ସହ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାକୁ ନେଇ ଗୋପନଗରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ଟ୍ରାକ୍ଟରକୁ ଜବତ କରିଛି ।