ସାମ୍ପ୍ରେ ନୁ୍ୟଟ୍ରିସନ୍ସ ୧୦ କୋଟିର ଉତ୍ପାଦନ ପାଇଁ ଚୁକ୍ତି
ଭୁବନେଶ୍ୱର : ଏକ ଅଗ୍ରଣୀ କନ୍ଫେକ୍ସନାରୀ ଉତ୍ପାଦନକାରୀ ସାମ୍ପ୍ରେ ନୁ୍ୟଟି୍ରସନ୍ସ ଲିମିଟେଡ ନାଇଜେରିଆସ୍ଥିତ ତୋଲାରାମ ୱେଲ୍ନେସ୍ ଲିମିଟେଡ ସହିତ ଉତ୍ପାଦନ ରାଜିନାମା ସ୍ୱାକ୍ଷର କରିଥିବା ସମ୍ପର୍କରେ ଘୋଷଣା କରିଛି । ଏହି ଚୁକ୍ତି ଅଧୀନରେ ସାମ୍ପ୍ରେ ନୁ୍ୟଟ୍ରିସନ୍ସ ଦୁଇପକ୍ଷ ମଧ୍ୟରେ ସହମତି ଭିତ୍ତିକ ନିର୍ଦ୍ଦିଷ୍ଟତା ଓ ଗୁଣବତ୍ତା ମାନକ ଆଧାରରେ ନୁ୍ୟଟ୍ରାସୁ୍ୟଟିକାଲ ଓ ଖାଦ୍ୟ ଉତ୍ପାଦ ଉତ୍ପାଦନ ଓ ଯୋଗାଣ କରିବ । ଏହି ରାଜିନାମା ଦ୍ୱାରା ବାର୍ଷିକ ୧୦ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି ହେବ ଯାହା ତିନିବର୍ଷରେ ମୋଟ ୩୦ କୋଟି ଟଙ୍କାର ହେବ । ଏହି ରାଜିନାମା ସାମ୍ପ୍ରେର ରାଜସ୍ୱ ଆୟରେ ଅର୍ଥପୂର୍ଣ୍ଣ ଅବଦାନ ରଖିବ ଓ ଏହାର ନୁ୍ୟଟ୍ରାସୁ୍ୟଟିକାଲ ଓ ଖାଦ୍ୟ ଉତ୍ପାଦ ପରିଚାଳନାକୁ ସୁଦୃଢ କରିବ । ଏଥିସହିତ କମ୍ପାନୀ ନିକଟରେ ରାମା ଏକ୍ସପୋର୍ଟସ୍ ସହିତ ନୁ୍ୟଟ୍ରାସୁ୍ୟଟିକାଲ ଓ ଖାଦ୍ୟ ସାମଗ୍ରୀ ଉତ୍ପାଦନ ନିମନ୍ତେ ଏକ ତିନିବର୍ଷିଆ ଉତ୍ପାଦନ ରାଜିନାମା ସ୍ୱାକ୍ଷର କରିଛି ବୋଲି ସାମ୍ପ୍ରେ ନୁ୍ୟଟ୍ରିସନ୍ସ ଲିମିଟେଡର ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି ।