୧୨ରୁ ଏଫଏଲଓ ବଜାର

 ଭୁବନେଶ୍ୱର  : ଆସନ୍ତା ୧୨ ଓ ୧୩ ତାରିଖରେ ଏଫଏଲ୍‌ଓ ବଜାର ଆୟୋଜିତ ହେବାକୁ ଯାଉଛି । ଏହା ମେଫେୟାର କନ୍‌ଭେନସନ୍‌ରେ ପୂର୍ବାହ୍ନ ୧୦ଟାରୁ ଚାଲିବ । ବହୁ ପ୍ରତୀକ୍ଷିତ ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀମାନଙ୍କର ସୃଜନଶୀଳତା, ନବସୃଜନ ଓ ମଜଭୁତପଣ ପ୍ରଦର୍ଶିତ ହେବ । ଯାହା କ୍ରେତାମାନଙ୍କୁ ଫାଶନ, ସୋ÷ନ୍ଦର୍ଯ୍ୟ, ଲାଇଫଷ୍ଟାଇଲ, ଗହଣା, ୱେଲ୍‌ନେସ୍‌ ଓ ହୋମ୍‌ ଡେକୋର ଆଦି ବହୁବିଧ କ୍ଷେତ୍ରରେ ଅନନ୍ୟ ଉତ୍ପାଦଗୁଡିକ ଦେଖିବାକୁ ଏକ ସ୍ୱତନ୍ତ୍ର ମଞ୍ଚ ଯୋଗାଇଦେବ । ଫାଲ୍‌କନ ରିଅଲ ଇଷ୍ଟେଟ ଓ କାର୍ସିନୋଭା କ୍ୟାନସର ହସପିଟାଲ ପ୍ରାୟୋଜକତା ତଥା ଏସଏନ୍‌ ମହାନ୍ତି ଗ୍ରୁପ୍‌ ଅଫ କମ୍ପାନୀଜ ଓ ଡୁରାମିକ୍ସର ସହ-ପ୍ରାୟୋଜକତାରେ ଏଫଏଲ୍‌ଓ ବଜାରକୁ ଶେରୋ ପ୍ରପର୍ଟିଜ, ଏମ୍‌ଜିଏମ୍‌ ଗ୍ରୀନ ଏନର୍ଜି, ଲାକ୍‌ମି ଏକାଡେମୀ କଟକ, ୱଣ୍ଡର ୱର୍ଲଡ ୱାଟର ପାର୍କ, ଭାରତ ଆଡଭର୍ଟାଇଜର୍ସ ଓ କଳିଙ୍ଗ ଏଫଏମ୍‌ ୧୦୪ ସମର୍ଥନ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ଏଫଏଲଓ ଚେୟାରପରସନ ଡ. ପ୍ରଜ୍ଞା ପାରମିତା ମିଶ୍ର ।