ସାମ୍ବାଦିକ ପରିଚୟ ଦେଇ ଠକୁଛନ୍ତି
ନିଆଳି: ନିଆଳି ଥାନା ଅଞ୍ଚଳର ଜଣେ ଯୁବକ ନିଜକୁ ଏକ ଜୈନିକ ଗଣମାଧ୍ୟମର ପ୍ରତିନିଧି ସହିତ ଏକ ୱେବ ଚ୍ୟାନେଲ ଖୋଲି ଜଣେ ଘରୋଇ ସାମ୍ବାଦିକ ସାଙ୍ଗରେ ପ୍ରେସ ଲେଖା ଥିବା ଗାଡିରେ ବିଭିନ୍ନ ଅଞ୍ଚଳରେ ଇଟା ଭାଟି, ବାଲିଘାଟ, ଗୋରୁ ବେପାରି, କାଠମିଲ ଓ ବିଭିନ୍ନ ବ୍ୟବସାୟୀଙ୍କୁ ମୋଟାଅଙ୍କର ଚାନ୍ଦା ମାଗୁଥିବା ଅଭିଯୋଗ ହେଉଛି । ସରକାରୀ କର୍ମଚାରୀଙ୍କୁ ବଦଳିର ନାଲି ଆଖି ଦେଖାଇ ସାଙ୍ଗରେ ଥିବା ଘରୋଇ ଚ୍ୟାନେଲ ସାମ୍ବାଦିକଙ୍କ ପାଖରେ ଇନସୁରାନ୍ସ ପଲିସୀ କରିବାକୁ ବାଧ୍ୟ କରୁଛନ୍ତି । ପୂର୍ବରୁ ସମ୍ପୃକ୍ତ ନକଲି ସାମ୍ବାଦିକଙ୍କ ନାମରେ ନିଆଳି ଥାନାରେ ତିନି ତିନୋଟି ମାମଲା ଥିବା ବେଳେ ଗିରଫ ହୋଇ ଚୌଦ୍ୱାର ଜେଲ ଯାଇଛନ୍ତି । ବହୁ ନାରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ମୋଟା ଅଙ୍କର ଅର୍ଥ ଲୁଟିବା ଭଳି ସଂଗୀନ ଦଫା ଥାନାରେ ରହିଛି । ଜେଲରୁ ଫେରିବା ପରେ ନକଲି ସାମ୍ବାଦିକ ଜଣକ ସୁଧୁରିବା ବଦଳରେ ପୁନଶ୍ଚ ସେହି କାମରେ ଲିପ୍ତ ରହିଛନ୍ତି । ସୂଚନା ଥାଉ କି ଏହି ନକଲି ସାମ୍ବାଦିକ ଜଣକ ବିଭିନ୍ନ ସଂସ୍ଥା ରୁ ତଡା ଖାଇଥିବା ବେଳେ ବନମାଳୀପୁର ଅଞ୍ଚଳ ରୁ ଜଣେ ସରକାରୀ କର୍ମଚାରୀ ଘରୁ ୫୦ ହଜାର ଟଙ୍କା ଆଣି ଭଦ୍ରଲୋକ ସାମ୍ନାରେ ଟଙ୍କା ଫେରାଇଥିଲେ । ଏମିତିକି ନକଲି ସାମ୍ବାଦିକ ପରିବାରର ଲୋକ ମଧ୍ୟ ଚୋରି କରି ଗଛରେ ବନ୍ଧାହୋଇ ଜୋରିମାନା ଦେଇଥିଲେ । ଏହି ନକଲି ସାମ୍ବାଦିକ ଜଣକ ନିଆଳି ଥାନାରେ ୱାରେଣ୍ଟି ରହିଥିବା ବେଳେ ନିଜକୁ ପ୍ରେସ ଲେଖି ଖସି ପଳାଉଛନ୍ତି । ଏମିତିକି ପୋଲିସ କୁ ନିଜ ବନ୍ଧୁ ବୋଲି କହି ଧମକାଇବା ସହ ଏହି ନକଲି ସାମ୍ବାଦିକ ଓ ଘରୋଇ ସାମ୍ବାଦିକ ଆମ ପାଖରେ ଈଶ୍ୱର ଶକ୍ତି ଅଛି ଆମେ କିଛି ଗୁଣି ଗାରେଡି ଜାଣିଛୁ, ବିଭିନ୍ନ ରୋଗ ଓ ପରିବାର ଭିତରେ ଅଶାନ୍ତି ଭଲ କରିବା କହି ଲୋକଙ୍କୁ ଲୁଟୁଛନ୍ତି । ୱାରେଣ୍ଟି ଥିବା ସତ୍ୱେ ପୋଲିସ କାହିଁକି ଗିରଫ କରୁନାହିଁ, ଯାହା ଫଳରେ ଅସଲି ସାମ୍ବାଦିକ ମାନେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାକୁ କମାଇବାକୁ ଦାବି ହୋଇଛି ।