ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ

 ବୋରିଗୁମ୍ମା  :  ବୋରିଗୁମ୍ମାର ୫ ଜଣ ତଥା କୋଟପାଡର ଜଣେ ସାମ୍ବାଦିକଙ୍କ ସମେତ କୋରାପୁଟ(ଅପର କୋଲାବ ), କୁମୁଲି,ବି.ସିଂହପୁର, କୋଟପାଡ଼ ସମେତ କୋରାପୁଟ ଜିଲ୍ଲାର ପୁରପଲ୍ଲୀ ଓ କୋଣ ଅନୁକୋଣରୁ ଆସିଥିବା କାର୍ଯ୍ୟରତ ସ୍ୱାଧୀନତା ପ୍ରିୟ ସମ୍ପାଦିକ ମାନଙ୍କୁ ନେଇ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ସମ୍ପର୍କରେଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି  । ଓଡ଼ିଶା ସାମ୍ବାଦିକ ସଂଘର କୋରାପୁଟ ଜିଲ୍ଲା ସଭାପତି ରବି ନାୟକଙ୍କ ପ୍ରୟାସରେ ସମସ୍ତ ଆୟୋଜନ ଜୟପୁର ସହରର ବିଶିଷ୍ଟ ସମାଜସେବୀ ସଞ୍ଜୟ ଜୈନଙ୍କ ବାସଭବନ ସ୍ଥିତ ସମ୍ମିଳନୀ ଗୃହରେ ଆୟୋଜନ କରା ଯାଇଥିଲା  । ଆଦିବାସୀ ଓ ନକ୍ସଲ ପ୍ରଭାବିତ କୋରାପୁଟ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନିରପେକ୍ଷ ସମ୍ବାଦ ପରିବେଷଣରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତା'ର ସମ୍ଭାବ୍ୟ ବିକଳ୍ପ ସମ୍ପର୍କରେ ଆଲୋଚନା କରା ଯାଇଥିଲା  । ଏଥିରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ସଞ୍ଜୟ ଜୈନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସମ୍ପାଦକ ଧର୍ମେନ୍ଦ୍ର ଅଧିକାରୀ ତଥା ମୁଖ୍ୟ ବକ୍ତା ଭାବେ ଜୟପୁର ସହରର ବିଶିଷ୍ଟ ଅଧିବକ୍ତା ଦେବେନ୍ଦ୍ର ବାହିନୀପତି ଯୋଗଦାନ କରି ନିଜ ନିଜ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସ୍ ସ୍ୱାଧୀନତାର ଆବଶ୍ୟକତା ଓ ଗଣତନ୍ତ୍ରର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ  । ସମାଜସେବୀ ସଞ୍ଜୟ ଜୈନ ସମାଜର ମଙ୍ଗଳକୁ ଆଖି ଆଗରେ ରଖି ନିଜର ସ୍ୱତନ୍ତ୍ର ଦୃଷ୍ଟି କୋଣ ତଥା ସମାଜ କଲ୍ୟାଣ ପ୍ରତି ପ୍ରାଥମିକତା ଦେବା ସହ ସମ୍ବାଦ ପରିବେଷଣ କରିବାକୁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇ ଥିଲେ  । ମୂଖ୍ୟ ବକ୍ତା ଦେବେନ୍ଦ୍ର ବାହିନୀପତି ନିରପେକ୍ଷ ଭାବରେ ସତ୍ୟ ଖବର ଲୋକ ଲୋଚନକୁ ଆଣିଲେ କିପରି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ହୁଏ, ସେହି ବିଷୟରେ ଆଲୋଚନା କରିଥିଲେ  ।