ବରିଷ୍ଠ ନାଗରିକଙ୍କୁ ନେଇ ଚକ୍ଷୁ ଚିକିସôା ଶିବିର
ଭୁବନେଶ୍ୱର : ଏକାମ୍ର ବରିଷ୍ଠ ନାଗରିକ ସଂଘ ଏବଂ ରୋଟାରୀ କ୍ଲବ ଅଫ ରାଜଧାନୀ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ପୁରୁଣା ଭୁବନେଶ୍ୱରର ଆମ ଅଫିସ କାର୍ଯାଳୟରେ ଏକ ବିରାଟ ମେଗା ଚକ୍ଷୁ ଚିକିସôା ଶିବିର ସଂଘର ସଭାପତି ହୃଷୀକେଶ ତ୍ରିପାଠୀ ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ଏଥିରେ ସଂଘର କାର୍ଯ୍ୟକାରି ସଭାପତି ଡଃ ନୀତି ରଞନ ଚାନ୍ଦ, ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା, ସମ୍ପାଦକ ଧିରେନ ପଟ୍ଟନାୟକ ପ୍ରମୁଖ ଆଜିର ଏହି ଚକ୍ଷୁ ଚିକିସôା ଶିବିରର ଆୟୋଜନ ଅବହେଳିତ, ନିଷ୍ପେସିତ ଗରିବ, ଦିନମଜୁରିଆ, ଅସହାୟ ବ୍ୟକ୍ତିବିଶେଷ ଜନସାଧାରଣଙ୍କ ସ୍ୱାର୍ଥ ସାଧନ ହୋଇପାରିଲେ ଅନୁଷ୍ଠାନର ଶ୍ରମ ସାର୍ଥକ ହୋଇପାରିବ ବୋଲି ଆମେ ଉପଲବଧି କରିବୁ । ଏଥିରୁ ଶିକ୍ଷା ଲାଭ କରି ଆଗାମି ଦିନରେ ବହୁ ଚିକିସôା ଶିବିର ଆୟୋଜନ କରିବାର ଯୋଜନା ଆମର ଅନୁଷ୍ଠାନ ହାତକୁ ନେବ ବୋଲି କହିଛନ୍ତି । ଏହି ଶିବିରକୁ ଦି ଲିଙ୍କ ଆଇ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ କଟକର ଅଭିଜ୍ଞ ରୋଟାରିଆନ ଡଃ ଆଲୋକ କୁମାର ସାହୁ, ଡଃ ଅରଣ୍ୟ ବେହେରାଙ୍କ ନେତୃତରେ ଏକ ବିରାଟ ଚିକିସôାଦଳ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହିତ, ବରିଷ୍ଠ ନାଗରିକ, ସେମାନଙ୍କର ପରିବାରବର୍ଗ ଏହାର ସୁବିଧା ,ସୁଯୋଗ ହାସଲ କରିଥିଲେ ମୁଖ୍ୟତଃ ଲୋକଙ୍କର ଆଖିର ମୋତିଆବିନ୍ଦୁ, ଡ୍ରାଇ ଆଖି ପରୀକ୍ଷା ସହିତ ଆଖିର ଅନ୍ୟାନ୍ୟ ବହୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା .ବିଭିନ୍ନ ରୋଗୀଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ସହିତ, ମାଗଣା ଔଷଧ, ମାଗଣା ଚଷମା ବଣ୍ଟନ କରାଯାଇଥିଲା । ଶିବିରକୁ ପରିଚାଳନା କରିଥିଲେ ସଂଗଠନର ସରୋଜ ପଣ୍ଡା, ଗୌରୀ ପ୍ରସାଦ ମହାନ୍ତି ,ଜ୍ଞାନରଞ୍ଜନ ବଟୁ, ସତ୍ୟବ୍ରତ ନନ୍ଦ, ବିଜୟକୁମାର ମଲିଆ, ଅମିତ କୁମାର ମଲିଆ, ସୁଧାଂଶୁ ଶେଖର ମିଶ୍ର, ପି.ପ୍ରଦୀପ କୁମାର ପାତ୍ର ସହିତ ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ଥିଲେ ।