ସୋନପୁରରେ ହେଉ ସିନେମା ହଲ : ମନୋଜ 

 ସୋନପୁର  : ସ୍ଥାନୀୟ ନିଉ ଟାଉନ୍ ହଲ୍ ଠାରେ ମାଇଣ୍ଡ ଗେମ୍ ସିନେମା ପ୍ରଦର୍ଶିତ ହୋଇଛି । ଅଭିନେତା ମନୋଜ ମିଶ୍ରଙ୍କ କହିବା ଅନୁଯାୟୀ ନଅଟି ସ୍ଥାନରେ ଏହି ସିନେମା ଚାଲି ସାରିଥିବା ବେଳେ ଆଜି ସୋନପୁରରେ ଦଶ ନମ୍ବର ସ୍ଥାନରେ ଚାଲିଛି । ହାଉସ୍ ଫୁଲ୍ ସିନେପ୍ରେମୀ ଏହି ସିନେମା ଦେଖୁଥିବାବେଳେ ସୁବର୍ଣ୍ଣପୁର ଟାଉନ୍ରେ ଏକ ନୂତନ ସିନେମା ହଲ ହେବା ଦରକାର କହିଛନ୍ତି ଶ୍ରୀ ମିଶ୍ର ।  ଓଡ଼ିଶାରେ ମଲ୍ଟି କମ୍ପେକ୍ସ ସିନେମା ହଲରେ ୩୦୦/୪୦୦ ଟିକେଟ ଥିବାବେଳେ ମାଇଣ୍ଡ ଗେମ୍ ପାଇଁ ୧୦୦ ଟଙ୍କା ଟିକେଟ ଥିବା କହି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମିଶ୍ର । ମାତ୍ର ଛାତ୍ର ଶୁଭମ୍ ମିଶ୍ରଙ୍କ କହିବା ମୁତାବକ ଟିକେଟ ମୂଲ୍ୟରେ ପଚାଶ ପ୍ରତିଶତ ରିହାତି ମିଳିଲେ ଛାତ୍ରଛାତ୍ରୀ ମାଇଣ୍ଡ ଗେମ୍ ଦେଖିବା ସୁଯୋଗ ପାଇବେ । ତେବେ ସୋନପୁରର ଏକମାତ୍ର ସିନେମା ହଲ ସୋମଲେଇ ବନ୍ଦ ଥିବା ବେଳେ ସୋନପୁର ସିନେପ୍ରେମୀ ନୂତନ ମଲ୍ଟି କମ୍ପ୍ଲେକ୍ସ ସିନେମା ହଲ୍ ହେଲେ ଆଧୁନିକ ସିନେମା ଦେଖିବାର ସୁଯୋଗ ପାଇପାରିବେ । ଏଥିପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।