ସାର ଅଭାବକୁ ନେଇ କଂଗ୍ରେସର ବିକ୍ଷୋଭ

ସାର ଅଭାବକୁ ନେଇ କଂଗ୍ରେସର ବିକ୍ଷୋଭ

ବୁଗୁଡା, ୨୬ା୯ : ସମ୍ପ୍ରତି ବୁଗୁଡା ଅଞ୍ଚଳରେ ୟୁରିଆ ସାରର କଳାବଜାରୀ ଓ ଅଭାବୀ ବିକ୍ରି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌କାଟ ବିରୁଦ୍ଧରେ ବୁଗୁଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ ଦାବିପତ୍ର ପ୍ରଦାନ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୁଗୁଡା ଅଞ୍ଚଳରେ ଚାଷୀଙ୍କ ଉତ୍କଟ ସାର ସମସ୍ୟା ଏବଂ ସାଂଘାତିକ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ କଂଗ୍ରେସ ଦଳର ବିକ୍ଷୋଭକାରୀମାନେ ପ୍ରଥମେ ତହସିଲଦାର ତାପସ ରାଉତଙ୍କୁ ଦାବିପତ୍ର ପ୍ରଦାନ କରି ଏକ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ପ୍ରଦର୍ଶନୀରେ କଂଗ୍ରେସର ଜାନକୀ ବଲ୍ଲଭ ରାଉତ, ପିସିସି ସଦସ୍ୟ ସୁଜିତ କୁମାର ସ୍ୱାଇଁ, ପ୍ରାକ୍ତନ କାଉନସିଲର ସିମାଞ୍ଚଳ ଖଟେଇ, ଶଙ୍କର ବେହେରା, ମାନସ ରଞ୍ଜନ ଦାଶ, ସୁବ୍ରତ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ଦାଶ, ଅଶୋକ କୁମାର ବିଷୋୟୀଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ ।