ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା
ହିଞ୍ଜିଳିକାଟୁ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ହିଞ୍ଜିଳିକାଟୁ ପୌରାଞ୍ଚଳ କେନ୍ଦ୍ରୀୟ ବିଦ୍ୟାଳୟର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ସଫଳତା ଲାଭ କରିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ପରୀକ୍ଷା ଫଳ ୯୬.୩୪%, +୨ ବିଜ୍ଞାନରେ ୯୩.୦୫% ଓ ବାଣିଜ୍ୟ ବିଭାଗରେ ୭୮.୫୭% ରହିଛି । ସଂପୃକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀ ପରୀକ୍ଷାରେ ଶ୍ରଦ୍ଧା ସାବତ ୯୭% , +୨ ବିଜ୍ଞାନରେ ରୁଦ୍ର ଖୁଣ୍ଟିଆ ୮୮.୬୭% ଓ ବାଣିଜ୍ୟ ବିଭାଗରେ ଶିବାନି ଖୁଣ୍ଟିଆ ୮୦% ରଖି ବିଦ୍ୟାଳୟର ଟପ୍ପର ଆଖ୍ୟା ଅର୍ଜନ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଭାଗିରଥି ବେହେରାଙ୍କ ସୂତ୍ରରୁ ପ୍ରକାଶ । ସେହିପରି ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ଦଶମୀ ଶ୍ରେଣୀ ପରୀକ୍ଷାରେ ୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦ ଜଣ ଉତ୍ତୀର୍ଣ୍ଣ କରିଥିବା ବେଳେ ଓମ୍ ପ୍ରସାଦ ସାହୁ ସର୍ବାଧିକ ୯୫.୪% ରଖି ବିଦ୍ୟାଳୟ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । +୨ ବିଜ୍ଞାନ ବିଭାଗରେ ୨୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ଲାଭ କରିଛନ୍ତି । ସାଇ ଶଙ୍କର ଗନ୍ତାୟତ ସର୍ବାଧିକ ୮୦% ମାର୍କ ରଖି ବିଦ୍ୟାଳୟ ଟପ୍ପର ଭାବେ ବିବେଚିତ ହୋଇଛନ୍ତି ।