ନାବାଳିକାଙ୍କୁ ଅପହରଣ

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଶନିବାର ସେହି ଗାଁର ହରିଜନ ସାହିର ଜଣେ ଯୁବକ ଅପହରଣ କରି ନେଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ କେସ ନଂ ୧୪୧/୨୫ ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗ ପ୍ରକାରେ, ସମ୍ପୃକ୍ତ ନାବାଳିକା ଜଣକ ହିଞ୍ଜିଳିକାଟୁ କଲେଜର +୨ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ରୀ । ଶନିବାର ନାବାଳିକା ଜଣକ କଲେଜକୁ ଯିବା ପାଇଁ କହି ଘରୁ ଆସିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା । ରବିବାର ନାବାଳିକାଙ୍କ ମା' ହିଞ୍ଜିଳି ଥାନାରେ ଏନେଇ ନିଖୋଜ ଅଭିଯୋଗ କରିଛନ୍ତି । ସେହି ଗାଁର ହରିଜନ ସାହିର ଜଣେ ଯୁବକ ତାଙ୍କ ଝିଅକୁ ଅପହରଣ କରିଥିବା ସନେ୍ଦହ କରି ତାଙ୍କ ନାଁ ଅଭିଯୋଗରେ ଦର୍ଶାଇଛନ୍ତି ।