ସାହିତି୍ୟକ ମାୟାଧରଙ୍କ ଆଶୀର୍ବାଦ କାମନା କଲେ
ବିଶିଷ୍ଠ ଶ୍ରମିକ ନେତା ତଥା ସାହିତି୍ୟକ ମାୟାଧର ନାୟକଙ୍କ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଗୁଜୀ ଗୋସେଇଁଙ୍କ ଦର୍ଶନ ସାରି ଫେରିବା ବାଟରେ କୋରେଇ ବିଧାୟକ ଆକାଶଙ୍କ ପିତା ମାୟାଧର ଏବଂ ମାଆଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ପଡ଼ିଥିଲା ନଜର । ହଠାତ ଅଟକି ଯାଇଥିଲେ ମାୟାଧରଙ୍କ ଆସିବାକୁ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମାୟାଧର ଏବଂ ତାଙ୍କ ପତ୍ନୀ ତଥା ସୁଲେଖିକା ଇନ୍ଦିରା ଦାସ ପହଁଚିବା କ୍ଷଣି ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି ଆପଣଙ୍କ ପରବର୍ତି ପତ୍ରିକାକୁ ଉନ୍ମୋଚନ କରିବା ଅପେକ୍ଷାରେ ରହିଛି । ମାୟାଧର ନିଶ୍ଚିନ୍ତ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିନମସ୍କାର ଜଣାଇଥିଲେ ।