ବ୍ୟାସ ସରୋବର ପ୍ରକଳ୍ପ ଓ ବ୍ୟାସଦେବ ଟାଉନ୍ ହଲ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

 ବ୍ୟାସନଗର: ଯାଜପୁର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳ ବ୍ୟାସ ସରୋବରର ନବକଳେବର ହୋଇଛି । ଡିଏମ୍ଏଫ୍ରୁ ୬୦କୋଟି ଟଙ୍କା ଟଙ୍କା ବିନିଯୋଗରେ ଚମକୁଥିବା ସରୋବର ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିିତ କରିଛନ୍ତି । ଲୋକାର୍ପଣ ଉସôବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ,ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପ୍ରମୂଖ ଉପସ୍ଥିତ ରହିଥିଲେ । ଏଥିସହ ପୂର୍ବତନ କୋରେଇ ବିଧାୟୀକା ସଞ୍ଚôତା ମହାନ୍ତି, ଜିଲ୍ଲା ବିଜେପି ସଭାପତି ଗୈାତମ ରାୟ, ଜିଲା ମହିଳା ସଭାନେତ୍ରୀ ବବିତା ମଲିକ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ସହ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବ୍ୟାସନଗର ପୌରପାଳିକା ଅଧିକାରୀ ଏବଂ ହଜାର ହଜାର ସଂଖ୍ୟାର ବିଜେପି କାର୍ଯ୍ୟକର୍ତା, କର୍ମୀ ଉପସ୍ଥିତ ରହିଥିଲେ । ସୂଚନା ଥାଉକି ୨୦୨୦ରେ ବ୍ୟାସନଗରକୁ ଡିଏମ୍ଏଫରେ ସାମିଲ ପରେ ସରୋବର ପୀଠର ଉନ୍ନତିକରଣ ନିମନ୍ତେ ଡ଼ିଏମଏଫରୁ ୬୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ଉକ୍ତ ଅନୁଦାନ ଅର୍ଥରେ ମହାଭାରତର ଭିତିଭୂମି ଆଧାରରେ ସରୋବର ପୀଠକୁ ବିକଶିତ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା । ସରୋବରରେ ଦ୍ୱାପର ଯୁଗର ମହାଭାରତକୁ ଉଦ୍ଜୀବିତ କରାଯାଇଛି । ୨୯୪ ଏକର ଜମିରେ ସରୋବରର କାୟାକୁ ଉନ୍ନତିକରଣରେ ବଦଳାଇ ଦିଆଯାଇଛି । ୨୦୨୦ ଡ଼ିସେମ୍ବର ୧୫ରେ ବ୍ୟାସ ସରୋବର ପ୍ରକଳ୍ପର ଭିତିଭୂମି ପଡ଼ିଥିଲା । ସେହିପରି ଦଳବାଇପାସ ଠାରେ ୧୩କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବ୍ୟାସଦେବ ଟାଉନ୍ ହଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଟାଉନହଲ ଉଦଘାଟନ ପରେ ଭିତର ପରିସର ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ, ସମବାୟ ମନ୍ତ୍ରୀ ଏବଂ ବିଧାୟକ ।