ପୁଲିସର ଜନସମ୍ପର୍କ କାର୍ଯ୍ୟକ୍ରମ

 ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅଫିସ ସଭାଗୃହରେ ଗୋପାଳପ୍ରସାଦ ଥାନା ପକ୍ଷରୁ ଏକ ଜନ ସମ୍ପର୍କ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋପାଳପ୍ରସାଦ ଥାନା ଅଧିକାରୀ ବିକାଶ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କଳମଛୁଇଁ ସରପଂଚ ଅନୀଲ କୁମାର ପ୍ରଧାନ,ସମାଜସେବୀ ହାଡ଼ିବନ୍ଧୁ ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ଥାନା ଅଧିକାରୀ ଶ୍ରୀ ସାମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିବା ସହ ପୋଲିସକୁ ଭୟ ନକରି ବନ୍ଧୁତା ସ୍ଥାପନା କରିବା, ପୋଲିସ ସହାୟତାରେ ଦୁର୍ଘଟଣାଗ୍ରସ୍ଥ ଜନତାଙ୍କୁ ତୁରନ୍ତ ଚିକିସôା ଓ ସହାୟତା ପ୍ରଦାନ କରିବା ତଥା ସାଇବର ଅପରାଧୀଙ୍କ ଜାଲରେ ନ ପଡିବା ସହ ସତର୍କତା ଅବଲମ୍ବନ କରିବାକୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ତାହା ସହିତ ଅନଲାଇନ ଠକେଇ ହେଲେ ତୁରନ୍ତ ୧୯୩୦କୁ ଫୋନ୍ କରି ଜଣାଇବାକୁ ଥାନା ଅଧିକାରୀ ଶ୍ରୀ ସାମଲ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳମଛୁଇଁ ପଂଚାୟତର ସମସ୍ତ ୱାଡମେମ୍ବରଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।