ଲେଖନୀ ସାହିତ୍ୟ ପତ୍ରିକା ଉନ୍ମୋଚିତ
ଧର୍ମଶାଳା: ଏହି ବ୍ଲକ୍ ଜାରକା ପ୍ରେମସ୍ପଦା ଭବନ ପରିସରରେ ଧର୍ମଶାଳା ସଂସ୍କୃତି ପରିଷଦ ପକ୍ଷରୁ ସାହିତ୍ୟ ପତ୍ରିକା ଲେଖନୀ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ସଂପାଦକ ଅକ୍ଷୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିଶୁ ସାହିତି୍ୟକ ଡ. ରାଜକିଶୋର ପାଢ଼ୀ ଅତିଥି ଭାବେ ଯୋଗଦେଇ ଲେଖନୀକୁ ଉନ୍ମୋଚନ କରିଥିଲେ । ସମ୍ମାନିତଅତିଥି ଭାବେ ଗୋକର୍ଣିକା ସମ୍ପାଦକ ରମାକାନ୍ତ ଜେନା, ଅତିଥି ସମ୍ପାଦକ ଡ. ରବୀନ୍ଦ୍ର ବିହାରୀ, ଉପଦେଷ୍ଟା ପ୍ରାଧ୍ୟାପକ ସୁଶାନ୍ତ ପଣ୍ଡା, ସାହିତି୍ୟକ ବାମଦେବ ପାଢ଼ୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ଅନନ୍ତ କିଶୋର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ସୁନାକର ସାହୁ ଓ କବି ପଦ୍ମଜା ଶରଣ ପ୍ରମୁଖ ଯୋଗ ଦେଇଥିଲେ । ଡ. ମହେଶ୍ୱର ପାଢ଼ୀ ଓ ସମ୍ଭବ ସମ୍ପାଦକ ଅଖିଳ କୁମାର ସ୍ୱାଇଁ ପ୍ରମୁଖ ପତ୍ରିକାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ବିଜୟ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ଗଣେଶ୍ୱର ବେହେରା ସ୍ୱର୍ଗତ ଭାଷଣ ଦେଇଥିଲେ । ନିରୋଜ ନଳିନୀ ବିଶ୍ୱାଳ ଓ ରାଜନନ୍ଦିନୀ ମହାରଣା ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ, ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।