ସ୍ୱାଗତ ଉତ୍ସବ ପାଳିତ 

 ଜଗତସିଂହପୁର : ଜଗତସିଂହପୁର ବ୍ଲକ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ ଡିଗ୍ରୀ କଲେଜର ଇତିହାସ ବିଭାଗ ତରଫରୁ ପ୍ରଥମ ବର୍ଷ ପିଲାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାରେ ଯୁକ୍ତତିନି ଅଧ୍ୟକ୍ଷା କ୍ରିଷ୍ଣା ମଞ୍ଜରୀ ଦେଇ ସଭାପତିତ୍ୱ କରିଥିଲେ । ଅତିଥଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଦ୍ୱିତୀୟ ଓ ତୃତୀୟ ବର୍ଷ ପିଲାମାନଙ୍କ ଦ୍ୱାରା ପ୍ରଥମ ବର୍ଷ ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟଅତିଥି ଭାବେ କଲେଜର ପ୍ରତିଷ୍ଠାତା ସମ୍ପାଦକ ବିଜୟ ଗୋସ୍ୱାମୀ ଯୋଗଦାନ କରି ପିଲାମାନଙ୍କୁ ନିଜ ନିଜର ସଂସ୍କୃତିକୁ ବଜାୟ ରଖିବା ସହିତ ଚରିତ୍ର ଗଠନ ଉପରେ ଆଲୋକପାତ କରିଥିଲେ । ପିଲାମାନଙ୍କ ମଧ୍ୟରେ ରଶ୍ମିତା ବେହେରା, ଲକ୍ଷ୍ମୀପ୍ରିୟା ପତି, ବର୍ଷା ପ୍ରିୟଦର୍ଶିନୀ ମୁର୍ମୁ, ବିଶ୍ୱ ରୁପା ପଣ୍ଡା, ଶ୍ୱେତା ସଂଚିତା ସାହୁ, ସୁଶ୍ରୀ ସଂଗୀତା ମହାରଣା, ପୂଜା ପ୍ରିୟଦର୍ଶିନୀ ସାହୁ, ଅଞ୍ଜଳି ଖଣ୍ଡେଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।