ସାହିତ୍ୟ ସଂସଦ ସଂପାଦକ ସମ୍ବର୍ଦ୍ଧିତ 

 ବାଙ୍କୀ: ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗ୍ରାମର ଶ୍ରୀ ଶ୍ରୀ ସୁବୁଦେ୍ଧଶ୍ୱର ସାହିତ୍ୟ ସଂସଦର ସଂପାଦକ ଗୋ÷ରାଙ୍ଗ ଚରଣ ରାଉତଙ୍କୁ ଗଣ୍ଡରପୁର ଠାରେ ଆୟୋଜିତ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତ ରାୟ ଯୋଗଦାନ କରି ଶ୍ରୀ ରାଉତଙ୍କୁ ମାନପତ୍ର, ସାଲ୍ ଓ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଜୟନ୍ତୀ ସାହୁ , ଗଣ୍ଡରପୁର ଗ୍ରାମକମିଟିର ସଭାପତି ଭାସ୍କର ପଡିହାରି ଓ ଜ୍ଞାନରଞ୍ଜନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିପାଇଁ ଅନୁଷ୍ଠାନର ଉପଦେଷ୍ଟା ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସମାଜସେବୀ ନଳିନୀ ରାୟ ଶ୍ରୀ ରାଉତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।