ସମରେନ୍ଦ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଏସ୍ଆରସିସି ଟିମ୍ ଚାମ୍ପିଅନ୍
ସାଲେପୁର: ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାସପୁରର ଓରିଏଣ୍ଟ କ୍ଲବ୍ ଆନୁକୂଲ୍ୟରେ ପଟୁଆ ହାଟ ପଡ଼ିଆରେ ଖେଳାଯାଉଥିବା ସମରେନ୍ଦ୍ର ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୀମଦାସପୁର ପଞ୍ଚାୟତର ସରପଞ୍ଚ ନଳିନୀପ୍ରଭା ନାୟକ, ସମ୍ମାନିତ ଅତିଥି ଭାବେ ନଳିନୀକାନ୍ତ ବେହୁରା, ଅରୁଣ କୁମାରପରିଡ଼ା, କାମିନୀବଲ୍ଲଭ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଏସ୍ଆରସିସି କ୍ରିକେଟ୍ ଟିମ୍ ଶଙ୍ଖମୁହଁ, ରାମେଶ୍ୱର ଏବଂ ଥ୍ରିଷ୍ଟାର କ୍ରିକେଟ୍ ଟିମ୍ ତିଳିଦା ଓଡ଼ାସିଂହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୭ଓଭର ବିଶିଷ୍ଟ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ଏସ୍ଆରସିସି କ୍ରିକେଟ୍ ଟିମ୍ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲେ । ଏହାକୁ ଚ୍ୟାଞ୍ଜେ କରି ଥ୍ରିଷ୍ଟାର ତିଳିଦା ୫ଓଭର ଖେଳି ଏକ ୱିକେଟ୍ ବିନିମୟରେ ୫୬ରନ୍ ସଂଗ୍ରହ କରିଥିବାବେଳେ ପଡ଼ିଆରେ ହାଇଟ୍ ସଟ୍ ହେବାରୁ ଆଭରେଜ୍ ଅନୁଯାୟୀ ଆସୋସିଏସନ୍ର ନିଦେ୍ର୍ଦଶକ୍ରମେ ଏସ୍ଆରସିକୁ ବିଜେତା ଘୋଷଣା କରାଯାଇଥିଲା । ସୁଶାନ୍ତ କୁମାର ବିଶ୍ୱାଳ ଏବଂ ସତ୍ୟରଂଜନ ଦାଶ ଅମ୍ପେୟାର ଭାବେ ଖେଳକୁ ପରିଚାଳନା କରିଥିଲେ । ଶେଷରେ ମୁଖ୍ୟଅତିଥି ବିଜୟୀ ଟିମ୍କୁ ୨୫ହଜାରର ଚେକ୍ ସହ ବିଜୟୀ ଟ୍ରଫି ଓ ପରାଜିତ ଟିମ୍କୁ ୨୦ହଜାର ଟଙ୍କାର ଚେକ୍ ସହ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଏହି ଖେଳରେ ବେଣୁଧର ବେହେରାଙ୍କୁ ଓ ମ୍ୟାନ ଅଫଦି ସିରଜ ମଣ୍ଟୁ କାଣ୍ଡିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହାକୁ ସଂଗ୍ରାମ କେଶରୀ ନାୟକ, ସନ୍ତୋଷ ସାହୁ, ବିଶ୍ୱରଂଜନ ସାହୁ, ଅସିଦ୍ ବାରିକ, ଦୀପକ ବେହୁରା, ଆୟୁଷ୍ମାନ ବେହେରା, ସୁନୀଲ କୁମାର ସ୍ୱାଇଁଙ୍କ ସମେତ ଆସୋସିଏସନ୍ର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।