ସିଏମ୍ ଟ୍ରଫିରେ ଅଂଶ ଗ୍ରହଣ କରିବେ କେନ୍ଦ୍ରାପଡାରୁ ୨୨

କେନ୍ଦ୍ରାପଡ଼ା :  ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିଏମ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ାରୁ ୨୨ ଜଣିଆ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଖେଳାଳିମାନେ ଜିଲ୍ଲାପାଳଙ୍କ ବାସ ଭବନରେ ପହଞ୍ଚô ସେଠାରୁ ଏକ ଗାଡି ଯୋଗେ କୋଚ ଶରତ କୁମାର ଜେନା, ସହକାରୀ କୋଚ ଏସକେ ଅଜିମୁଦ୍ଧିନ ଏବଂ ମ୍ୟାନେଜର ମନୋଜ କୁମାର ଦାସ  ଭୁବନେଶ୍ୱର ଗସ୍ତ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଖେଳାଳିମାନଙ୍କ ସହିତ ମିଶିବା ସହିତ ତାଙ୍କୁ ଉସôାହିତ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହିତ ଟ୍ରଫି ବିଜେତା ହେବାପାଇଁ ଜିଲ୍ଲାପାଳ ସଫଳ କାମନା କରିଛନ୍ତି । ଅୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଜିଲ୍ଲା ଆଥଲେଟିକ୍ ସଂଘର ସାଧାରଣ ସମ୍ପାଦକ ସୟଦ ଆକମାଲ ଅଲ୍ଲୀ ସମେତ ଜିଲ୍ଲା ଆଥଲେଟିକ୍ ସଂଘର ସଦସ୍ୟ ପ୍ରମୁଖ ଖେଳାଳିଙ୍କୁ ଉସôାହିତ କରିଥିଲେ  ।