ଧୋୟାଞ୍ଚଳ ବିକାଶ ମଞ୍ଚ ପକ୍ଷରୁ ନୂତନ ବ୍ଲକ ଗଠନ ପାଇଁ ଦାବି

କେନ୍ଦ୍ରାପଡା:  କେନ୍ଦ୍ରାପଡା ଧୋୟାଂଚଳ ବିକାଶ ମଂଚ ୭ଗୋଟି ପଂଚାୟତ କୁ ନେଇ ଏକ ନୂତନ ବ୍ଲକ ଗଠନ କରିବାକୁ ଦାବି କରିଛନ୍ତିି । ଏନେଇ ମଂଚ ତରଫରୁ ସଭାପତି ବସନ୍ତ କୁମାର ସ୍ୱାଇଁ, ସଂପାଦକ ରାଜ କୁମାର ବିଶ୍ୱାଳ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଭେଟି ଏକ ଦାବିପତ୍ର ମାନ୍ୟବର ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତିି । ଏହି ଦାବିପତ୍ରରେ ମଞ୍ଚ ତରଫରୁ ଧୋୟାଞ୍ଚଳ ବାସୀମାନଙ୍କ ସ୍ୱତନ୍ତ୍ର ଭାବେ ଏକ ବ୍ଲକ, ପଟ୍ଟାମୁଣ୍ଡାଇ ବ୍ଲକରୁ ଅଳପୁଆ, ତରଡିପାଳ, ପେଣ୍ଠପାଳ, ଅଣ୍ଡରା, ଅମୃତମଣୋହୀ, ସିଂହ ଗାଁ, ବଲୁରିଆ, ନୀଳକଣ୍ଠପୁର, ଆଳି ବ୍ଲକରୁ ନୂଆପଡା, ବାଟିପଡା, ପାଳିନୀ, ଏରଡଙ୍ଗ, ଦେସାହି, କେତୁଆ ପାଳ, ପେତପଡା, ସଂସିଦ୍ଧା ଏବଂ କେନ୍ଦ୍ରାପଡା ବ୍ଲକରୁ ସାନମାଣତିଆ, ଘାଗରା, ପଳସିଂହା ପ୍ରଭୃତି ପଂଚାୟତ ଗୁଡିକୁ ନେଇ ଧୋୟାଂଚଳ କେନ୍ଦ୍ର ସ୍ଥଳରେ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି କରିଛନ୍ତି ।