ସିଏସ୍କେ ବିଜୟୀ
ନୂଆଦିଲ୍ଲୀ : ଦମ୍ ଦେଖାଇଲା ସିଏସ୍କେ । ଲକ୍ଷ୍ନୌ ସୁପର ଜାଏଣ୍ଟସ ହାତରୁ ମ୍ୟାଚ୍କୁ ଛଡ଼ାଇ ନେଲା । ଶେଷରେ ଦୁବେକୁ ସାଥ୍ ଦେବାକୁ ଧୋନି ଆସି ମ୍ୟାଚ୍କୁ ସମ୍ଭାଳିଥିଲେ । ୫ ୱିକେଟ ବିନିମୟରେ ସିଏସ୍କେ ମ୍ୟାଚ୍କୁ ଜିତି ନେଇଥିଲା । ଲକ୍ଷ୍ନୌ ଦେଇଥିବା ଟାର୍ଗେଟକୁ ପୂରଣ କରିବା ପାଇଁ ସିଏସ୍କେ ପକ୍ଷରୁ ପ୍ରଥମେ ଦୁଇ ଓପନର ସେକ ରସିଦ ଓ ରଚିନ ରବିନ୍ଦ୍ର ୨୭ ଓ ୩୭ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ ୯, ରବିନ୍ଦ୍ର ଜାଡ଼େଜା ୭ କରି ଆଉଟ୍ ହୋଇଥିଲେ ।
ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାଚ୍ ଖେଳାଯାଇଥିଲା । ଟସ୍ ହାରିବା ପରେ, ଲକ୍ଷ୍ନୌ ଟିମ୍ ଚେନ୍ନାଇ ସମ୍ମୁଖରେ ୧୬୭ ରନ୍ର ଟାର୍ଗେଟ ରଖିଥିଲା । ଆଇପିଏଲର ୩୦ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମ୍ଏସ୍ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଓଭରରେ ହିଁ ଲକ୍ଷ୍ନୌକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ୬ ରନ୍ କରି ଇଡେନ୍ ମାର୍କରମ ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହା ପରେ ଚତୁର୍ଥ ଓଭରରେ ନିକୋଲାସ ପୁରନ୍ ୮ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ୧୦ମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ ମିଚେଲ ମାର୍ଶ । ସେ ମାତ୍ର ୩୦ ରନ୍ କରିଥିଲେ । ହେଲେ ଅଧିନାୟକ ରିଷଭ ପନ୍ତ ଗୋଟିଏ ପାର୍ଶ୍ୱରେ ଛିଡା ହୋଇଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଆୟୁଷ ବଦୋନୀ ଓ ଅବଦୁଲ୍ ସମାଦ । ଆଜିର ମ୍ୟାଚରେ ପନ୍ତ ୬୩ ରନ୍ କରିଛନ୍ତି । ଚଳିତ ଆଇପିଏଲରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ । ସେପଟେ ସିଏସକେ ପକ୍ଷରୁ ଜାଡେଜା ଓ ପଥିରାଣା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।