୧୦୨ ବର୍ଷରେ ପଦାର୍ପଣ କଲେ ସୋମନାଥ

କାକଟପୁର:  କାକଟପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ ରାଜନେତା, କୃଷକ ଆନ୍ଦୋଳନର ଅଗ୍ରଦୂତ, ପ୍ରବୀଣ ସାରସ୍ୱତ ସାଧକ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରାଣ, ସାମ୍ୟବାଦୀ ଚେତନାର ବରେଣ୍ୟ ପ୍ରତିଭା ସୋମନାଥ ପାତ୍ର ରବିବାର ଦିନ ୧୦୨ ବର୍ଷ ରେ ପଦାର୍ପଣ କରିଛନ୍ତି । ତାଙ୍କ ଜୀବନ କାଳ ମଧ୍ୟରେ ଘଟିଛି ଅନେକ ସଂଘର୍ଷ ମୟ ଘଟଣା । ସାମ୍ୟବାଦୀ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଯୁବାବସ୍ଥାରେ  ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ବାର କାରବରଣ କରିଛନ୍ତି । ୧୦୨ ବର୍ଷରେ ପଦାର୍ପଣ କରିଥିବା ଖବର ପ୍ରଚାର ହେବା ପରେ ତାଙ୍କର ଶୁଭେଛୁ, ହିତାଙ୍କାକ୍ଷୀ ଓ ପ୍ରଶସଂକ ମାନେ ଶୁଭେଚ୍ଛା ଜଣାଇବା ସହିତ ପ୍ରଭୁ ଜଗନ୍ନାଥ ଓ ମା ମଙ୍ଗଳାଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ।