୧ ଲୋକସଭା, ୧୧ ବିଧାନସଭା ପାଇଁ ସିପିଆଇର ପ୍ରାର୍ଥୀ

୧ ଲୋକସଭା, ୧୧ ବିଧାନସଭା ପାଇଁ ସିପିଆଇର ପ୍ରାର୍ଥୀ

ଭୁବନେଶ୍ୱର : ସିପିଆଇ ପକ୍ଷରୁ ଆଜି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି  । ଗୋଟିଏ ଲୋକସଭା ଓ ୧୧ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେଇଛି।
ଜଗତସିଂହପୁର ଲୋକସଭା ଆସନରୁ ଦଳ ପକ୍ଷରୁ ଲଢ଼ିବେ ରମେଶ ଚନ୍ଦ୍ର ସେଠୀ  । ସେହିପରି ଛତ୍ରପୁରରୁ ଗୁରୁନାଥ ପ୍ରଧାନ, ସୁନ୍ଦରଗଡ଼ରୁ ରାଜେନ୍ଦ୍ର ନାୟକ, ବାଲିକୁଦା ଏରସମାରୁ ଅଭିଜିତ ସାହୁ, ବ୍ରଜରାଜନଗରରୁ ରମେଶ ଚନ୍ଦ୍ର ତ୍ରିପାଠୀ, ପାରାଦୀପରୁ ଜିନ୍ମୟୀ ସାହାଣୀ, କବିସୂର୍ଯ୍ୟନଗରରୁ ପ୍ରବୀଣ ଦାସ, ନୀଳଗିରିରୁ ଅଜୟ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତରରୁ ଶଙ୍କର୍ଷଣ ବାରିକ, ନିମାପଡ଼ାରୁ ମନୋଜ ପରିଡ଼ା, ଲକ୍ଷ୍ମୀପୁରରୁ କୁମର ଜାନି ଓ କଣ୍ଟାବାଞ୍ଜିରୁ ପାଣ୍ଡବ ଭୋଇ ଦଳୀୟ ପ୍ରାର୍ଥୀ ହେବେ  । ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଓ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ସିପିଆଇ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି  ।