ଦ୍ୱିତୀୟ ଦିନରେ ଭକ୍ତଙ୍କ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର : ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଏହି ଯାତ୍ରା ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ତେଇଶପୁର ଠାରେ ପହଞ୍ଚôଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକଙ୍କ ସମେତ ଅନ୍ୟ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମୀ ଭକ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ମୃତୁ୍ୟଞ୍ଜୟ ନାୟକଙ୍କ ବିୟୋଗରେ ତେଇଶପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିିତ ହୋଇଥିଲା । ଭକ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଧାୟକ ରମେଶ ଜେନା, ମନୋରଞ୍ଜନ ତ୍ରିପାଠୀ, ନକୁଳ ନାୟକ, ମନୋଜ ଜେନା ଓ ଅନ୍ୟ କଂଗ୍ରେସ ନେତା ପ୍ରମୁଖ ସ୍ୱଗର୍ତ ମୃତୁ୍ୟଞ୍ଜୟ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସନ୍ଧ୍ୟା ୭.୪୦ରେ ଚନ୍ଦନପୁର ଠାରେ ପଦଯାତ୍ରା ପହଞ୍ଚôଥିଲା । ଆଜିର କାର୍ଯ୍ୟକ୍ରମରେ ଶିଳ୍ପିଶ୍ରୀ ହରିଚନ୍ଦନ, ସୁଶ୍ରୀ ବେହେରା, ସଶ୍ମିତା ପଣ୍ଡାଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତାକାଲି ସକାଳ ୮.୩୦ରେ ଏହି ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ଯିବ ।