ମନମୋହନ ସିଂଙ୍କ ବିୟୋଗରେ ଶୋକସଭା
ଢେଙ୍କାନାଳ: ଢେଙ୍କାନାଳ ସହରର ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ମନ୍ଦିର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କର ବିୟୋଗରେ ଏକ ଶୋକସଭା ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ସିଂଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବଂଗତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଭାରେ ବରିଷ୍ଠ ନେତା ରବି ନାରାୟଣ ମହାନ୍ତି, ରୁଦ୍ର ପ୍ରକାଶ ଶରଣ, ଡା. ତୁଷାର କାନ୍ତି ନାୟକ, ସଂଗ୍ରାମ ପାଣି, ଅଖିଳ ମହାପାତ୍ର, ସରୋଜ ସତପଥି, ସୁଶାନ୍ତ ଧଳ, ଜିତେନ୍ଦ୍ର ସାହୁ, ଯୁବ ନେତା ଶୁଭମ୍ ଦାଶ, ମହିଳା ନେତ୍ରୀ ଶିଳ୍ପିଶ୍ରୀ ହରିଚନ୍ଦନ, ଊର୍ମୀଳା ଦାଶ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କର ବହୁମୁଖୀ ପ୍ରତିଭା ତଥା ଦେଶପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମନମୋହନ ସିଂହଙ୍କର ନିଧନ ଦେଶ ନିମନ୍ତେ ଏକ ଅପୂରଣୀୟ କ୍ଷତି ବୋଲି ନେତା ଗଣ ପ୍ରକାଶ କରିଥିଲେ । ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱର୍ଗତ ମନମୋହନ ସିଂହଙ୍କୁ "ଭାରତରନô'ରେ ସମ୍ମାନିତ କରିବା ନିମନ୍ତେ ଭାରତ ସରକାରଙ୍କ ନିକଟରେ ଦାବି କରାଯାଇଛି ବୋଲି ଉପସ୍ଥିତ ବ୍ୟକ୍ତମାନେ ମତପ୍ରକାଶ କରିଥିଲେ । ସଭାରେ ବରିଷ୍ଠ ନେତା ପରେଶ୍ ମିଶ୍ର, ନିଶାକର ସାହୁ, ବିଜୟ ସ୍ୱାଇଁ, ପ୍ରିୟ ଶସମଲ, ମହମ୍ମଦ ସମୀର, ସୁଦେଶ୍ନା ଜେନା, ସଞ୍ଜୁବାଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।