ସିରିଆ ହିଂସା, ୨ଦିନରେ ମଲେଣି ହଜାରେ
ଡାମାସ୍କସ୍ : ସିରିଆର ସୁରକ୍ଷା ବାହିନୀ ଏବଂ ପଦଚୁ୍ୟତ ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କ ଅନୁଗତଙ୍କ ମଧ୍ୟରେ ଦୁଇ ଦିନ ଧରି ଚାଲିଥିବା ସଂଘର୍ଷ ଏବେ ଭୟଙ୍କର ରୂପ ନେଇଛି । ଦୁଇଦିନରେ ମୃତୁ୍ୟ ସଂଖ୍ୟା ହଜାରେ ପାର୍ ହୋଇଥିବା ବେଳେ ସିରିଆର ବିଭିନ୍ନ ବିଲ୍ଡିଂରେ ମୃତଦେହ ଗୁଡ଼ିକ ଛିନଛତ୍ର ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ବ୍ରିଟେନ୍ ସ୍ଥିତ ସିରିଆନ୍ ଅବଜରଭେଟୋରୀ ଫର୍ ହୁ୍ୟମାନ୍ ରାଇଟ୍ସ କହିଛି ଯେ ଏଥିରେ ୭୪୫ ଜଣ ସାଧାରଣ ନାଗରିକଙ୍କ ମୃତୁ୍ୟ ଘଟିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିକଟରୁ ଗୁଳି କରାଯାଇଥିଲା । ଏହା ବ୍ୟତୀତ, ସରକାରୀ ସୁରକ୍ଷା ବାହିନୀର ୧୨୫ ଜଣ ସଦସ୍ୟ ଏବଂ ଅସାଦ ସହିତ ଜଡିତ ସଶସ୍ତ୍ର ଗୋଷ୍ଠୀର ୧୪୮ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଏହି ଘଟଣା ଯୋଗୁଁ, ଲାଟାକିଆ ସହର ଆଖପାଖରେ ଥିବା ବଡ଼ ଅଞ୍ଚଳରେ ବିଦୁ୍ୟତ୍ ଏବଂ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି ।
ତେବେ ଗୁରୁବାର ଆରମ୍ଭ ହୋଇଥିବା ସଂଘର୍ଷ ଡାମାସ୍କସ୍ରେ ନୂତନ ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ଅସଦଙ୍କୁ ଗାଦିଚୁ୍ୟତ କରିବା ପରେ ବିଦ୍ରୋହୀମାନେ ତିନି ମାସ ପୂର୍ବେ କ୍ଷମତା ଦଖଲ କରିଥିଲେ । ସରକାର କହିଛନ୍ତି ଯେ ଏହା ଅସାଦଙ୍କ ବାହିନୀର ଅବଶିଷ୍ଟାଂଶ ଦ୍ୱାରା ହୋଇଥିବା ଆକ୍ରମଣର ଜବାବ ଦେଉଛି ଏବଂ ହିଂସାର ପ୍ରମୁଖ କାରଣ ପାଇଁ "ବ୍ୟକ୍ତିଗତ କାର୍ଯ୍ୟ’କୁ ଦାୟୀ କରାଯାଇଛି ।