ବାଲିଗଡିଆ ସ୍କୁଲର ବାର୍ଷିକୋତ୍ସବ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାଲିଗଡିଆ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋସôବ ଶନିବାର ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ରାଉତରାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଉମାକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉସôବରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟ ଅତିଥି, ଆଖଣ୍ଡଳମଣି କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଦିଲ୍ଲିପ କୁମାର ମହାନ୍ତି ମୁଖ୍ୟବକ୍ତା, ମହୁରା ହାଇସ୍କୁଲ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ଶିକ୍ଷାସଂଯୋଜକ ବିଶ୍ୱରଞ୍ଜନ ଶେଣ୍ଢ, ପ୍ରଧାନଶିକ୍ଷକ ରଞ୍ଜନ କୁମାର ମହାନ୍ତି, ତ୍ରିଲୋଚନ କୁଣ୍ଡୁ, ପୁଷ୍ପକ ଚନ୍ଦ୍ର ଭାରତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଶୈଖି ଓ ସହଶୈଖିକ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍ୃତ କରାଯାଇଥିଲା । ଅବସର ଗ୍ରହଣ କରିଥିବା ବିଦ୍ୟାଳୟର ଶିକ୍ଷକ ଦୁଃଶାସନ ବିଶ୍ୱାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଅତିଥି ପରିଚୟ ଓ ପ୍ରଣତୀ ରାଉତ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଉସôବ ପରିଚାଳନା କରିଥିଲେ ।