‘ଷ୍ଟପ ଡାଇରିଆ’ କ୍ୟାମ୍ପେନ୍

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ତରଫରୁ ଜିଲ୍ଲା ମୁଖ୍ୟ ଚିକିସôାଳୟ ଓଆରଏସ କର୍ଣ୍ଣର ଠାରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରଶନ୍ନ ନାୟକ "ଷ୍ଟପ ଡାଇରିଆ’ କ୍ୟାମ୍ପନ ୨୦୨୫କୁ  ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦ୍ର କୁମାର ଶତପଥି, ଏଡିଏମଓ ମେଡିକାଲ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭକାନ୍ତ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ଆଶାକର୍ମୀ ମାନେ ଘରକୁ ଘର ଯାଇ ଓଆରଏସ ଏବଂ ଜÿିଙ୍କ ବଟିକା ପ୍ରଦାନ କରିବେ  ।