ସୀମାନ୍ତ ମହାବିଦ୍ୟାଳୟର ୪୬ତମ ସ୍ୱନକ୍ଷତ୍ର
ସାରସକଣା : ଓଡିଶା ଝାରଖଣ୍ଡ ଓ ପଶ୍ଚିମବଙ୍ଗ ତିନିରାଜ୍ୟ ସୀମାରେ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖରିଆ ଠାରେ ୧୯୭୯ ମସିହାରେ ଆରମ୍ଭ ହୋଇଥିବା ସୀମାନ୍ତ ମହାବିଦ୍ୟାଳୟର ୪୬ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହଲ୍ଲାଦ ଆଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ମୁଖ୍ୟବକ୍ତା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଇଞ୍ଜିନିୟର ଡଃ ଅଶୋକ କୁମାର ବସା, ସମ୍ମାନିତ ଅତିଥି ପୂର୍ବତନ ଅଧ୍ୟକ୍ଷ ଡ଼ଃ କ୍ଷିତିସ ଚନ୍ଦ୍ର ଦାଶ, ଝାରଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ଦିନେଶ କୁମାର ଷଡଙ୍ଗୀ , କାର୍ଯ୍ୟକ୍ରମର ସଂଯୋଜକ ଦିଲ୍ଲୀପ କୁମାର ସେନାପତି, ପ୍ରଶାସନିକ ଅଧିକାରୀ ଅନିଲ କୁମାର ଝା ପ୍ରମୁଖ ମଞ୍ଚାସୀନ ରହିଥିଲେ । ସେହିପରି ସୀମାନ୍ତ ମହାବିଦ୍ୟାଳୟ ଦ୍ୱାରା ନବାଗତ + ୩ ଛାତ୍ରଛାତ୍ରୀମାନଙ୍କ ଉଦେ୍ଦଶ୍ୟରେ ଦୁଇଦିନ ଧରି ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅନିଲ କୁମାର ଝା, +୩ ଆଡମିଶନ ବିଭାଗ ମୁଖ୍ୟ ଓ ଷ୍ଟାଫ୍ କାଉନ୍ସିଲ ସେକ୍ରେଟାରୀ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସେନାପତି,ଏକାଡେମୀକ ବର୍ଷାର ଡଃ ଗଣେଶ କିଙ୍କର ସାହୁ,ପରୀକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ରମେଶ ଚନ୍ଦ୍ର ବାନରା, ଅର୍ଥ ବିଭାଗ ଅଧିକାରୀ ଅଧ୍ୟାପକ ବିଶ୍ୱଜ୍ୟୋତି ସିଂହ, ଶକ୍ତିଶ୍ରୀର ସମ୍ପାଦିକା ରେଡକ୍ରସ ଅଧିକାରିଣୀ ଅଧ୍ୟାପିକା ପ୍ରାଚୀପ୍ରଭା ପଢ଼ିଆରୀ, ଆଇସିସି କମିଟି ମୁଖ୍ୟ ଅଧ୍ୟାପିକା ଧରିତ୍ରୀ ବେହେରା, ଆତ୍ମରକ୍ଷା କୌଶଳର ସଂଯୋଜିକା ଅଧ୍ୟାପିକା ସ୍ୱପ୍ନେଶ୍ୱରୀ ମୁର୍ମୁ, ଆଡମିଶନ୍ ବିଭାଗ ସହ ସଂଯୋଜକ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ, ଜାତୀୟ ସେବାଯୋଜନାର ଅଧିକାରୀ ଅଧ୍ୟାପକ ଶରତ କୁମାର ପଢ଼ିଆରୀ, ସମର ଶିକ୍ଷାର୍ଥୀ ବାହିନୀର ଲେପ୍ଟନାଣ୍ଟ ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ ଓ ବିଜ୍ଞାନ ଓ କଳା ବିଭାଗର ସମସ୍ତ ବିଭାଗୀୟ ମୁଖ୍ୟମାନେ ଉକ୍ତ ସଭାରେ ଉପସ୍ଥିତ ରହିଥିଲେ । ଅଧ୍ୟାପକ ଶରତ କୁମାର ପଢ଼ିଆରୀ ପିପିଟି ମାଧ୍ୟମରେ ପିଲାମାନଙ୍କୁ ନୂତନ ଶିକ୍ଷା ଖସଡ଼ା ଉପରେ ବୁଝାଇଥିଲେ । ଦୁଇଦିନର କାର୍ଯ୍ୟକ୍ରମକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାରେ ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ ଓ ଶରତ କୁମାର ପଢ଼ିଆରୀ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ବାନରା ଓ ଅଧ୍ୟାପିକା ସ୍ୱପ୍ନେଶ୍ୱରୀ ମୁର୍ମୁ ଧନ୍ୟବାଦ ପ୍ରଦାନ କରିଥିଲେ ।