ଏମ୍ସିଏଲ୍କୁ ବ୍ୟବସାୟିକ ଉକ୍ରର୍ଷତା ପାଇଁ ସମ୍ମାନଜନକ ପୁରସ୍କାର
ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର: ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ ରାଷ୍ଟ୍ରାୟ ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍କୁ ଡୁନ୍ ଓ ବ୍ରାଡ଼ ଷ୍ଟି୍ରଡ୍ ପିଏସ୍ୟୁ ଉକ୍ରର୍ଷତା ପୁରସ୍କାର ପ୍ରଦାନ କରାଯାଇଛି । କମ୍ପାନୀ ଶ୍ରେଣୀ - ୧ରେ ଶ୍ରେଷ୍ଠ ମିନିରତ୍ନ ଓ କୋଇଲା ଉତ୍ପାଦନରେ ଶ୍ରେଷ୍ଠ କେନ୍ଦ୍ରୀୟ ପିଏସ୍ୟୁ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଁଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ଏମ୍ସିଏଲ୍ର ସାଧାରଣ ପ୍ରବନ୍ଧକ (ଖଣି) ଡ. ଶମ୍ଭୁ ଝା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ଦିବେଶ ଦେବରାୟଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଡୁନ୍ ଏଣ୍ଡ ବ୍ରାଡ ଷ୍ଟି୍ରଡ୍ ପକ୍ଷରୁ ବ୍ୟବସାୟିକ ଉକ୍ରର୍ଷତା ପାଇଁ ଗତ ବର୍ଷ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏମ୍ସିଏଲର ସିଏମ୍ଡି ଉଦୟ ଅନନ୍ତ କାଓଲେ ନିଦେ୍ର୍ଦଶକମାନଙ୍କ ସହିତ ଏହି ସଫଳତା ପାଇଁ ଟିମ୍ ଏମ୍ସିଏଲ୍କୁ ଅଭିନନ୍ଦନ ଜଣାଇଛନ୍ତି ।