ବଜରଙ୍ଗ କ୍ଲବ୍’କୁ ୪ ପୁରସ୍କାର ପ୍ରଦାନ

 ଢେଙ୍କାନାଳ: ସେଚ୍ଛାସେବୀ ଅନୁଷ୍ଠାନ ‘ବଜରଙ୍ଗ କ୍ଲବ୍’କୁ ୭୯ତମ ଜିଲ୍ଲାସ୍ତରୀୟ ସାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟଅତିଥି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ବିଭିନ୍ନ ବର୍ଗରେ ୪ଟି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଜିଲ୍ଲାରେ କ୍ଲବ୍ସ୍ତରୀୟ ରକ୍ତଦାନ ଶିବିରରେ ସର୍ବାଧିକ ୟୁନିଟ୍ ରକ୍ତ ସଂଗୃହୀତ ପାଇଁ ଗୋଟିଏ ପୁରସ୍କାର, ମହିଳାମାନଙ୍କ ମଧ୍ୟରେ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରି ମହିଳା ରକ୍ତଦାନ ଶିବିର ମାଧ୍ୟମରେ ଜିଲ୍ଲାରେ ସର୍ବାଧିକ ୟୁନିଟ୍ ରକ୍ତ ସଂଗହ କରିପାରିଥିବାରୁ ଗୋଟିଏ ପୁରସ୍କାର ପାଇଥିବାବେଳେ ସୁନ୍ଦର ଆକର୍ଷଣୀୟ ଗଣେଶ ମୂର୍ତ୍ତି ପାଇଁ ଗୋଟିଏ ପୁରସ୍କାର ଓ ଶାନ୍ତି ଶୃଙ୍ଖଳାର ସହ ଗଣେଶ ପୂଜା ଓ ଭସାଣୀ ସମ୍ପନ୍ନ କରିଥିବାରୁ ଆଉ ଗୋଟିଏ ପୁରସ୍କାର ସହ ୪ ଗୋଟି ପୁରସ୍କାର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ରକ୍ତଦାନ କ୍ଷେତ୍ରରେ ୨୦୧୨ ମସିହା ଠାରୁ କ୍ରମାନ୍ୱୟରେ ପ୍ରତିବର୍ଷ ଏହି ପୁରସ୍କାର ପାଇ ଆସୁଛି  ।  କ୍ଲବ୍ର ସଭାପତି ମାନସ ରଞ୍ଜନ ରାଉତ, ଉପସଭାପତି ଶଙ୍କଟ ମୋଚନ ବେହେରା, ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରେ ଦେବାଶିଷ ମିଶ୍ର, ସନ୍ତୋଷ ବେହେରା, ଚନ୍ଦ୍ରଶେଖର ମାଝୀ, ସଞ୍ଜୟ ବେହେରା, ସନ୍ଦିପ୍ କୁମାର ପଣ୍ଡା, ରୋଜେଶ୍ ପରିଡା, ବିଶ୍ୱଜିତ୍ ବେହେରା, ଲକି ମଙ୍ଗରାଜ, ରୁଦ୍ରାକ୍ଷ, କୁବୀପ ମହାପାତ୍ର, ଆର୍ଯନ୍ ଦାସ, ଦୀପୁ ଦାସ, ମହିଳା ସଦସ୍ୟା ନେହା, ସମୀକ୍ଷା ନନ୍ଦ, ପ୍ରତିମା ମିଶ୍ର, ମମତା ମହାପାତ୍ର, ସସ୍ମିତା ମାଝୀ, ସୋନାଲି ହିଣ୍ଡୋଚାଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।