ସୀମାନ୍ତବର୍ତ୍ତୀ ରାଜ୍ୟର ସୀମାକୁ ସିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଚାଲିଛି । ଏମଧ୍ୟରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆମ ରାଜ୍ୟକୁ ବେଆଇନ ଭାବରେ ଧାନ ଚାଲାଣ ହେବାର ଆଶଙ୍କା ରହିଛି । ଏହାକୁ ରୋକିବା ପାଇଁ  ରାଜ୍ୟ ସରକାର ବଡ ପଦକ୍ଷପ  ନେଇଛନ୍ତି । ସୀମାନ୍ତବର୍ତ୍ତୀ ରାଜ୍ୟର ସୀମାକୁ ସିଲ କରିଛନ୍ତି ରାଜ୍ୟ ସରକାର । ଏହାସହ ରାଜ୍ୟର ସମସ୍ତ ସନ୍ଦେହଜନକ ସ୍ଥାନ ଏବଂ ସୀମାରେ ସିସିଟିଭି  କ୍ୟାମେରା  ଲଗାଯାଇଛି । 

   ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଧାନର ମୂଲ୍ୟ ଅଧିକ । ତେଣୁ ଏହାର ସୁଯୋଗ ନେଇ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ପଏଣ୍ଟ ଗୁଡ଼ିକରୁ ଆମ ଜିଲ୍ଲାଗୁଡ଼ିକୁ ସଂଯୋଗକାରୀ ଆରଡି ରାସ୍ତା ଦେଇ ଧାନର ବେଆଇନ ପରିବହନକୁ ରୋକିବା ପାଇଁ ସୀମାନ୍ତକୁ ସିଲ କରାଯାଇଛି । ଏହାସହ ଓଡ଼ିଶା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାର ସିସିଟିଭି କ୍ୟାମେରା ପୂର୍ବରୁ ସ୍ଥାପନ କରାଯାଇଛି। ଧାନର କଳାବଜାରୀ ରୋକିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।