ଏୟାର ସୋ’ ବେଳେ ଅଘଟଣ : ରୁନ୍ଧି ହୋଇ ଚାଲିଗଲା ୪ ଜୀବନ

Chhenai Air Show

ଏୟାର ସୋ’ ବେଳେ ଅଘଟଣ :  ରୁନ୍ଧି ହୋଇ ଚାଲିଗଲା ୪ ଜୀବନ

ପାଣି ବିନା ହଜାର ହଜାର ଲୋକ ଛଟପଟ
ହସପିଟାଲରେ ୨୩୦ ଭର୍ତ୍ତି
୧୬ ଲକ୍ଷ ଲୋକଙ୍କ ସମାବେଶ
 : ଭାରତୀୟ ବାୟୁସେନାର ଏୟାର ସୋ’ ବେଳେ ଏକ ବଡ଼ ଅଘଟଣ ଘଟିଯାଇଛି  । ପ୍ରବଳ ଭିଡ଼ରେ ରୁନ୍ଧି ହୋଇଯିବାରୁ ୪ ଦର୍ଶକଙ୍କର ମୃତ୍ୟୁ ହୋଇଥିବାବେଳେ ୨୩୦ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି  । ପ୍ରବଳ ଗରମ ଓ ଜନଗହଳି ଯୋଗୁଁ ଲୋକମାନେ ଆକ୍ତାମାକ୍ତା ହୋଇଯାଇଥିଲେ  ।
ଏୟାର ଶୋ’ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଭିଡ଼ ଜମାଇଥିଲେ  । ତେବେ ଟ୍ରାଫିକ୍‌  ପରିଚାଳନାରେ ବିଭ୍ରାଟ ଯୋଗୁଁ ଏଭଳି ଅଘଟଣର ସାମ୍ନା କରିବାକୁ ପଡ଼ିଥିଲା  । ଲିମକା ବୁକ୍‌ ଅଫ ରେକଡର଼୍ସରେ ସାମିଲ୍‌ ହେବା ପାଇଁ ୧୬ ଲକ୍ଷ ଲୋକ ଏକାଠି ହୋଇଥିଲେ  । ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ସୋ’ ହେବାର ଥିଲା  । ତେବେ ଏହାକୁ ଦେଖିବା ପାଇଁ ଲୋକମାନେ ସକାଳ ୮ଟାରୁ ଭିଡ଼ ଜମାଇଥିଲେ  । ଛୋଟ ଛୁଆଙ୍କ ଠାରୁ ବରିଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ  । ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରବଳ ଗରମରେ ଅନେକ ଅଚେତ ହୋଇଯାଇଥିଲେ  ।
ପ୍ରବଳ ଭିଡ଼ ଯୋଗୁଁ ଆଖପାଖରେ ଥିବା ପାଣି ଭେଣ୍ଡରମାନଙ୍କୁ କାଢ଼ି ଦିଆଯାଇଥିଲା  । ଯାହାଫଳରେ ଲୋକମାନେ ପାଣି ମୁନ୍ଦିଏ ପିଇପାରିନଥିଲେ  । ଏୟାର ସୋ’ ସରିଯିବା ପରେ ଲୋକମାନେ ଏକକାଳୀନ ବାହାରିବାରୁ ଟ୍ରାଫିକ୍‌ ଜାମ ହୋଇଯାଇଥିଲା  । ପ୍ରବଳ ଭିଡ଼ରେ ଅଣନିଃଶ୍ୱାସୀ ହୋଇ ରୁନ୍ଧି ହୋଇଯାଇଥିଲେ  ।