ଆୟୁଷ୍ମାନ କାର୍ଡ ବାଣ୍ଟିଲେ ବିଧାୟକ

 ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବୁଜଙ୍ଗ ପଂଚାୟତର ସଫିପୁର ସର୍ପେଶ୍ୱର ମହାଦେବଙ୍କ ସମ୍ମୁଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ କାର୍ଯ୍ୟକ୍ରମ ଓ ଆୟୁଷ୍ମାନ ବୟୋବନ୍ଦନା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନା ପ୍ରତ୍ୟେକ ପରିବାରର ହିତ ପାଇଁ କରିଛନ୍ତି ଓ ରାଜ୍ୟ ଓ ଦେଶରେ ବାସ କରୁଥିବା ପ୍ରତ୍ୟେକ ନାଗରିକ ପାଇଁ ସରକାର ସବୁବେଳେ ସୁଚିନ୍ତିତ ପଦକ୍ଷେପ ନେଉଛନ୍ତି ବୋଲି ମତ ଦେଇଥିଲେ । ଏହି ଉପଲକ୍ଷେ ଏହି ପଡିଆରେ ଏକ ପ୍ରସାଦ ସେବନ ଖଳାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଉପସଭାପତି ତଥା ବରିଷ୍ଠ କର୍ମୀ ଶାରଦା ପ୍ରସାଦ ନାୟକ, ରାଜନ ମହାନ୍ତି, ଡ. ଏକତା ପି୍ରୟଦର୍ଶିନୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।