ମେଡିସିନ ଫୋପାଡିବା ଘଟଣା : ଦୁଇ ଏଏନ୍‌ଏମ୍‌ ନିଲମ୍ବିତ

ମେଡିସିନ ଫୋପାଡିବା ଘଟଣା : ଦୁଇ ଏଏନ୍‌ଏମ୍‌ ନିଲମ୍ବିତ

ବାଲେଶ୍ୱର : ଗତ ୧୧ ତାରିଖରେ ରେମଣା ଶ୍ରୀଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ କିଛି ଦୂର ରାସ୍ତା କଡରେ ପଡିଥିଲା ପୁଳାପୁଳା ସରକାରୀ ଔଷଧ । ଔଷଧ ଗୁଡ଼ିକର ଅବଧି ଥିଲେ ମଧ୍ୟ ସେସବୁକୁ ରୋଗୀଙ୍କୁ ନ ଦେଇ ରାସ୍ତା କଡରେ କିଏ ଫୋପାଡ଼ି ଦେଇଥିଲା । ଏହି ମାମଲାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପାଇଁ ଦୁଇ ଜଣ ଏଏନଏମ୍‌ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ସିଡିଏମଓ । ନିଲମ୍ବତ ଦୁଇ କର୍ମୀ ହେଲେ କୁଲିଗାଁର ତନୁସ୍ମିତା ନାୟକ ଓ ଇଞ୍ଚୁଡି ସବସେଣ୍ଟର ଏଏନଏମ କବିତା ବେହେରା । ଏନେଇ ରେମୁଣା ମେଡିକାଲ ଇନଚାର୍ଜ ଡ.ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି । ପଡିଥିବା ଖବର ଜଣାପଡିଥିଲ ।