ସୁନା ଚୋରକୁ ଧରି ନିଧୁର୍ମ ଛେଚିଲେ ଲୋକେ

 ତାଳଚେର :  ଜୈନିକା ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ସମୟରେ ସମ୍ପୃକ୍ତ ଲୁଟେରାକୁ ଧରି ସେଠିକାର ଅଞ୍ଚଳବାସୀ ନିସ୍ତୁକ ମାଡ଼ ମାରିଥିବା ଘଟଣା ସମଗ୍ର ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଶିଳ୍ପନଗରୀ ତାଳଚେର ଅଂଚଳର ମୁଖ୍ୟବଜାର ହାଟତୋଟା ଦେଇ ଜୈନିକ ଦମ୍ପତି ବାଇକରେ ଯାଉଥିବା ବେଳେ ଦୁଇଜଣ ସୁନାଚେନ୍ ଚୋର ତାଙ୍କ ପିଛା କରିବା ସହ ବେକରୁ ସୁନାଚେନଟି ଝାମ୍ପି ନେଉଥିବା ସମୟରେ ସେମାନେ ବିଫଳ ହୋଇଥିଲେ । ଏବଂ ହୋ ହାଲ୍ଲା ହେବା ପରେ ସେଠିକାର ଅଞ୍ଚଳବାସୀ ପାଟି ଶୁଣି ଘଟଣା ସ୍ଥଳରେ ରୁଣ୍ଢ ହୋଇଥିଲେ । ଏହା ପରେ ସୁନାଚେନ ଚୋରକୁ କାବୁ କରି ନେବା ସହ ନିର୍ଦ୍ଦୁମ ଛେଚିବା ଘଟଣା ଚାଚଂଲ୍ୟ ସୃଷ୍ଟି କରିଥିଲା । ତେବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି ଲୁଟପାଟ ହେବ ତେବେ ତାଳଚେର ଅଂଚଳରେ ଲୋକେ କେତେ ସୁରକ୍ଷିତରେ ବୁଲାବୁଲି କରୁଛନ୍ତି ତାହା ଏଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି । ଏଭଳି ଘଟଣା ଅନେକ ଘଟିଯାଉଥିଲେ ମଧ୍ୟ ପୁଲିସ୍ ହାତଖାଲି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।