ବିବାଦ ପରେ ବିଦା ହେଲେ ବିଇଓ : ଏବିଇଓଙ୍କୁ ଦାୟିତ୍ୱ ପ୍ରଦାନ କଲେ ଚମ୍ପୁଆ ବିଇଓ
ଚମ୍ପୁଆ : ଚମ୍ପୁଆ ବ୍ଲକ ଶିକ୍ଷା ବିଭାଗରେ ଦାୟିତ୍ୱକୁ ନେଇ ଚାଲିଥିବା ଟଣା ଓଟରା ଶେଷ ହୋଇଛି । ପୁର୍ବତନ ବିଇଓ ପ୍ରକାଶ ସାହୁ ଏବିଓ ନରେନ୍ଦ୍ର କୁମାର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ପୂର୍ବରୁ ଚମ୍ପୁଆ ବ୍ଲକ୍ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ପ୍ରକାଶ ଚନ୍ଦ୍ର ସାହୁଙ୍କ ସୁନ୍ଦରଗଡ ଜିଲ୍ଲା କଲାବିରା ବ୍ଲକକୁ ବଦଳି ହୋଇଥିଲା । ବଦଳି ପରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ଶ୍ରୀ ସାହୁ ଦାୟିତ୍ୱ ହସ୍ତାନ୍ତର କରି ନ ଥିଲେ । ଫଳରେ ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ସ୍ୱତନ୍ତ୍ର ଟିଚର ଏଲିଜିବିଲିଟି ଟେଷ୍ଟ୍ ପାଇଁ ବିଇଓଙ୍କର ଦସ୍ତଖତର ଆବଶ୍ୟକ ପଡୁଥିବା ବେଳେ, ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ପରେ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଚମ୍ପୁଆ ବ୍ଲକ୍ ଏବିଓଙ୍କୁ ଶିକ୍ଷକଙ୍କ ଦସ୍ତଖତ ସମସ୍ୟା ସମାଧାନ ପାଇଁ ଦାୟିତ୍ୱ ହସ୍ତା୍ତର କରିଥିଲେ । ଏବଂ ଚିଠି ସଂଖ୍ୟା ୬୩୬୦ ତା.୨୩.୦୫.୨୦୨୫ ଅନୁଯାୟୀ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ବିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହିତ କଲାବିରାରେ ଦାୟିତ୍ୱ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଏବିଓ ନରେନ୍ଦ୍ର କୁମାର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ, ଶ୍ରୀ ନାଏକ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶିକ୍ଷକଙ୍କ ସମସ୍ୟା, ତୁରନ୍ତ ସମାଧାନ ସହିତ ଶିକ୍ଷା ବିଭାଗର କାର୍ଯ୍ୟକୁ ତ୍ୱରାନ୍ନିତ କରିବ ବୋଲି କହିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଅଲ୍ ଉକôଳ ପ୍ରାଇମେରୀ ଶିକ୍ଷକ ସଂଘ ପକ୍ଷରୁ ସଂପାଦକ ପ୍ରଦିପ କୁମାର ମହାନ୍ତି, ସଭାପତି ଚିତରଞ୍ଜନ ମହାନ୍ତି, ଲଲିତ ମାହନ୍ତ ଅନ୍ୟାନ୍ୟ ଶିକ୍ଷକ ସଦସ୍ୟ ଶ୍ରୀ ନାଏକଙ୍କୁ ସ୍ୱାଗତ କରିଥିଲେ ।