ଗାଈ ମୃତୁ୍ୟ ଅଭିଯୋଗରେ ଚାଳକ ଗିରଫ

କବାଟବନ୍ଧ : ସୋମବାର ଜେନାପୁର ପୁଲିସ ଟିପ୍ପର ଚଢାଇ ଗାଈକୁ ହତ୍ୟା କରିବା ଅଭିଯୋଗରେ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିିସ । ଚାଳକ ଚକ୍ରଧରପୁର ପଂଚାୟତ ମୁକୁନ୍ଦପୁର ଗ୍ରାମର ରାମଚନ୍ଦ୍ର ସାହୁ (୪୭ ହୋଇଥିବା ବେଳେ ଗଲା ଶୁକ୍ରବାର ବିଳମ୍ବିତ ରାତିରେ ଓଆର ୧୫କୁ୍ୟ-୭୫୭୪ଟିପ୍ପର ନେଇ ଯାଉଥିବା ବେଳେ ଶୋଇଥିବା ଗାଈ ଉପରେ ଚଢାଇ ଦେଇଥିଲା । ଘଟଣା ସ୍ଥଳରେ ଗାଈର ମୃତ ଘଟିଥିଲା । ନିକଟରେ ଥିବା ଜଣକ ଘରର ସିସି କ୍ୟାମେରାରେ ମୃତ ଗାଈର ଚିତ୍ର କଏଦ ହୋଇଥିଲା । କ୍ୟାମେରାରେ ସମସ୍ତ ଘଟଣା ଜଣାପଡିବା ପରେ ଗୋପାଳକ ଦିଲ୍ଲୀପ ଜେନାପୁର ଥାନାରେ ଏକ ଅଭିଯୋଗ କରିଥିଲେ । ପୁଲିସ ଚାଳକକୁ ଗିରଫ କରିବା ସହିତ ଟିପ୍ପରକୁ ଜବତ କରି କେସନଂ ୩୨୪/୨୫ରେ ଏକ ମାମଲା ରୁଜୁ କରି ହାଜତକୁ ପଠାଇଥିବା ପୁଲିସ ସୂଚନା ଦେଇଛି ।