ଯାଞ୍ଚ ବେଳେ ଧରାପଡ଼ିଗଲା ଆର୍ଥôକ ଅନିୟମିତତା :ଟଙ୍କା ଫେରାଇବାକୁ ପ୍ରଧାନଶିକ୍ଷକଙ୍କୁ ଡିପିସିଙ୍କ ତାଗିଦ୍  

 ବିଞ୍ଝାରପୁର : ଯାଞ୍ଚ ବେଳେ ଧରାପଡ଼ିଗଲା ଆର୍ଥôକ ଅନୀୟମିତତା । ଅନୀୟମିତତାରେ ସଂପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଡ଼ିସିପି ଟଙ୍କା ଫେରସ୍ତ କରିବାକୁ ଦାଗିଦ କରିଛନ୍ତି । ବିଞ୍ଝାରପୁର ବ୍ଲକର୨୨ଟି ପ୍ରାଥମିକ, ଉଚ୍ଚ, ପ୍ରାଥମିକ, ଉଚ୍ଚ ଓ ଉଚ୍ଚତର ବିଦ୍ୟାଳୟଙ୍କୁ ଯୋଗାଇ ଦିଆଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ରରେ ବ୍ୟାପକ ଜାଲିଆତି ହୋଇଥିବାରୁ ଯାଜପୁର ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ ଅଧିକାରୀ ଏହି ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ମୋଟ ପାଖାପାଖି ୪ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।
ପ୍ରକାଶ ଯେ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା, ଯାଜପୁରଙ୍କ ଚିଠିସଂଖ୍ୟା ୨୨୮୧ ତା୧୦ା୭ା୨୦୨୫ରିଖରେ ବିଞ୍ଝାରପୁର ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଚିଠିରେ ଦର୍ଶାଯାଇଛି କି ବିଞ୍ଝାରପୁର ବ୍ଲକର ଅରେଇ ଠାରେ ଅନୁଷ୍ଠିତ ବିନିଯୋଗପତ୍ର ଆଦାୟ ଶିବିରରେ ବ୍ଲକ୍ର ୨୨ଟି ସ୍କୁଲ ଦାଖଲ କରିଥିବା ବିନିଯୋଗ ପତ୍ର ଓ ତତ୍ସଂଲଗ୍ନ ଭାଉଚର ଯାଞ୍ଚ ବେଳେ, ଅର୍ଥ ବିଭାଗର କର୍ମକର୍ତାଙ୍କ ନଜରରେ ୨୦୨୪-୨୫ ବର୍ଷର ଅନୁଦାନର ବ୍ୟୟ ବିବରଣୀରେ ବିଭିନ୍ନ ଅନୀୟମିତତା ପରିଦୃଷ୍ଟ ହୋଇଥିଲା । ତଦନୁଯାୟୀ କେତେକ ପ୍ରଧାନ ଶିକ୍ଷକଙ୍କ ନିମନ୍ତେ କ୍ୟାସମେମୋ, ନନ୍ ଜିଏସଟି ବିଲ୍, ମିଥ୍ୟା ଭାଉଚର ଆଦି ସମସ୍ୟା ସୃଷ୍ଟି କରିଥିଲା । ସମସ୍ତ କାଗଜପତ୍ର ଯାଞ୍ଚ ପରେ ଡିପିସିଙ୍କ ଦ୍ୱାରା ପ୍ରେରିତ ଅର୍ଥ ବିଭାଗ ତରଫରୁ ୨୨ଟି ସ୍କୁଲର ପ୍ରଧାନଶିକ୍ଷକ ଉଠାଇଥିବା ଅନୁଦାନ ମଧ୍ୟରୁ ମୋଟ ପାଖାପାଖି ୪ଲକ୍ଷ ଟଙ୍କା ଫେରସ୍ତ ଆଣିବା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବା ପ୍ରକାଶ । ତେବେ ବିଞ୍ଝାରପୁର ବ୍ଲକର ସ୍କୁଲ ମଧ୍ୟରେ ରାଁଶ ପ୍ରାଥମିକ ବିଦ୍ୟାଳୟ, ଝିଙ୍କିରୀ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ମଣୀ ଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗିରିଧାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରୁଣେଶ୍ୱର ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ତଳବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ, କେସି. ହାଇସ୍କୁଲ, ଟିଣା, ମଇଁନ୍ଦା ୟୁଜିଏମଇସ୍କୁଲ, ଉତଙ୍ଗରା ସରକାରୀ ହାଇସ୍କୁଲ, ସିଦେ୍ଧଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିକେ. ୟୁଜି ଏମଇ.ସ୍କୁଲ, ଏସି, ହାଇସ୍କୁଲ, ଫଳପୁର, ପ୍ରହଲାଦ ସରକାରୀ ହାଇସ୍କୁଲ, ମଲ୍ଲୀପୁର ଚନ୍ଦ୍ରମୁଁ ପ୍ରାଥମିକ ବିଦ୍ୟାଳୟ, କାଣ୍ଡିସାହି ପ୍ରାଥମିକ ବିଦ୍ୟାଳୟ, ବରକୋଟି ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ମନେଇଶୁଣୀନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଣ୍ଡକୂଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଖରସ୍ରୋତା ହାଇସ୍କୁଲ (ଭୋକେସନାଲ), ଏସଜି. ହାଇସ୍କୁଲ ଆଦି ରହିଥିବା ଦେଖିବାକୁ ମିଳିଛି । ଡିପିସିଙ୍କ ଚିଠି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମେମୋ ସଂଖ୍ୟା-୮୯୫ ତା୧୪ା୭ା୨୦୨୫ରିଖ ଅନୁଯାୟୀ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଏହି ମର୍ମରେ ଏହା ଜଣାଇ ଦିଆଯାଇଛି ।