ସୁସ୍ଥ ଖାଦ୍ୟ ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

 ଭୁବନେଶ୍ୱର  :  ଶିଶୁ ଓ ଗୋଷ୍ଠୀ ମଧ୍ୟରେ ଚିନିର ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଓଡିଶା ସରକାର ଚିନି ବୋର୍ଡ ଆନେ୍ଦାଳନକୁ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଅଭ୍ୟାସଗତ ପରିବର୍ତ୍ତନ ପଦକ୍ଷେପ ଭାବରେ ଆରମ୍ଭ କରିଛନ୍ତି  । ଏହି ପଦକ୍ଷେପ ଅଧୀନରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସୂଚନାପ୍ରଦ ଏବଂ ଦୃଶ୍ୟାତ୍ମକ ରୂପରେ ଆକର୍ଷକ ଚିନି ବୋର୍ଡ ସ୍ଥାପନ କରାଯାଉଛି । 
ଶିଶୁ ମୋଟାପା, ମଧୁମେହର ପ୍ରାରମ୍ଭିକ ପର୍ଯ୍ୟାୟ ଓ ଦନ୍ତକ୍ଷୟ ଭଳି ଅଧିକ ଚିନି ଖାଇବା ସହ ଜଡିତ ସ୍ୱାସ୍ଥ୍ୟଗତ ବିପଦ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚିନି ବୋର୍ଡର ପରିକଳ୍ପନା କରାଯାଇଛି । ସାଧାରଣତଃ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଓ ପାନୀୟରେ ଥିବା ଚିନିର ପରିମାଣ ସମ୍ପର୍କରେ ବୋର୍ଡଗୁଡିକ ଶିଶୁ, ପିତାମାତା ଓ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବ । 
ଏହି ପଦକ୍ଷେପ ପିତାମାତା, ଯନô ନେଉଥିବା ବ୍ୟକ୍ତି ଏବଂ ଆଗଧାଡିର କର୍ମୀମାନଙ୍କୁ ସୁଚିନ୍ତିତ ଖାଦ୍ୟାଭ୍ୟାସ ବାବଦରେ ସଚେତନ କରିବ । ଏହା ଦ୍ୱାରା ଛୋଟ ବୟସରୁ ଶିଶୁମାନଙ୍କୁ ସୁସ୍ଥ ଖାଦ୍ୟାଭ୍ୟାସ ନିମନ୍ତେ ପ୍ରୋସôାହିତ କରାଯିବ । ପୋଷଣ ଅଭିଯାନ ଓ ଫିଟ୍ ଇଣ୍ଡିଆ ଆନେ୍ଦାଳନର ଉଦେ୍ଦଶ୍ୟକୁ ଏହି ଅଭିଯାନ ସଫଳ କରିବା ସହ ପ୍ରତିରୋଧକ ସ୍ୱାସ୍ଥ୍ୟସେବା, ଉନ୍ନତ ପୋଷଣ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ଓ ସାମଗ୍ରିକ ଶିଶୁ ବିକାଶ ଦିଗରେ କାର୍ଯ୍ୟ କରିବ । ରାଜ୍ୟ ସରକାର ଚିନି ବୋର୍ଡ ଆନେ୍ଦାଳନ ଭଳି ଅଭିନବ, ସଚେତନତାଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ପୁଷ୍ଟିସାର ଅଭିଯାନକୁ ସୁଦୃଢ କରିବା ପାଇଁ ପ୍ରତିବଦ୍ଧ ।