ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ତଟିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ ମୁଖ୍ୟ ଅତିଥି, ପୂର୍ବତନ ସରପଞ୍ଚ ସୁବାସ ଗୋଚ୍ଛାୟତ, ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ପୂର୍ବତନ ପ୍ରଧାନଶିକ୍ଷକ ଅର୍ଜ୍ଜୁନ ଚରଣ ସାହୁ, ବ୍ଲକ କ୍ରୀଡା ସମ୍ପାଦକ ଜିତେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗୀମାନଙ୍କୁ ଉସôାହିତ କରିଥିଲେ । ୭୦ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ବରିଷ୍ଠ ଶିକ୍ଷକ ଗୌରୀଶଙ୍କର ମିଶ୍ର ଅତିଥି ପରିଚୟ ଓ କ୍ରୀଡା ଶିକ୍ଷକ ଅମୂଲ୍ୟ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ କ୍ରୀଡା ଶିକ୍ଷୟତ୍ରୀ ବିକଶି ସାହୁ, ମାନସ ସାହୁ, ଦେବାଶିଷ ଆଚାର୍ଯ୍ୟ, ଗୋବିନ୍ଦ ବେହେରା, ପୂର୍ଣ୍ଣର୍ିମା ମହାନ୍ତ, ପ୍ରଶାନ୍ତ କୁମାର ଜେନା, ସପନ କୁମାର ବାରିକ, ପବିତ୍ର ମୋହନ ଦାଶ କ୍ରୀଡା ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ମୋନାଲିସା କର, ଦେବସ୍ମୀତା କର, ମଞ୍ଜୁଲତା ପଣ୍ଡା, କଳ୍ପନା ମଲ୍ଲିକ, ଶିକ୍ଷକ ଶୁଭେନ୍ଦୁ କୁମାର ମଲ୍ଲିକ, କେଦାରସେନ ମଲ୍ଲିକ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।