ଡ୍ରେନରେ ଛାଡୁଛନ୍ତି ବର୍ଜ୍ୟଜଳ

 କେନ୍ଦୁଝର: କେନ୍ଦୁଝରରେ ଥିବା ହୋଟେଲ ଏବଂ ଲଜ୍ ଯୋଗୁଁ ଜଳ ପ୍ରଦୂଷଣ ବୃଦ୍ଧି ପାଉଛି । କେନ୍ଦୁଝର ସହର ସମେତ ଜିଲ୍ଲାରେ ଥିବା ହୋଟେଲ ଏବଂ ଲଜ୍ ଗୁଡିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଉଲ୍ଲଘଂନ କରି ଚାଲିଥିଲେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କେନ୍ଦୁଝର ଜିଲ୍ଲାରେ ମୋଟ ୧୫ ଟି ହୋଟେଲ ଏବଂ ଲଜ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ କନସେଣ୍ଟଟୁ ଅପରେଟ ବା ସିଟିଓ ନେଇ ଚାଲୁଥିବାବେଳେ ୧୦୦ ରୁ ଊଦ୍ଧ୍ୱର୍ ହୋଟେଲ ଏବଂ ଲଜ୍ ବିନା ଅନୁମତିରେ ଚାଲିଥିବା ଜଣାପଡିଛି । ଅନେକ ହୋଟେଲ ମଳ ଏବଂ ଅନ୍ୟ ବର୍ଜ୍ୟଜଳ ପରିଚାଳନା ବନେ୍ଦାବସ୍ତ ନଥିବାରୁ  ଖୋଲା ଡ୍ରେନ ରେ ଛାଡୁଛନ୍ତି । ମଳ ଖୋଲା ଡ୍ରେନରେ ଆସୁଥିବାରୁ ଦୁର୍ଗନ୍ଧ ହେବା ସହ ପରିବେଶ ପୂତିଗନ୍ଧମୟ ହେଉଛି । ହୋଟେଲ ଏବଂ ଲଜ୍ର ରୁମ୍, କନଫରେନ୍ସ ହଲ୍, ଡାଇନିଂ ହଲ୍, ବସିବା କ୍ଷମତା ଆଧାରରେ ଅନୁମତି ପତ୍ର ଦିଆଯାଇଛି ।
କେତେକ ହୋଟେଲ ୫ବର୍ଷ ପାଇଁ ସିଟିଓ ଦିଆଯାଇଥିବାବେଳେ, ଆଉ କିଛି ହୋଟେଲ ଏବଂ ଲଜ୍କୁ ୩ବର୍ଷ ପାଇଁ ସିଟିଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ଦିଆଯାଇଛି । ତେବେ ଅନୁମତି ଦେବା ପୂର୍ବରୁ ସଠିକ୍ ଯାଞ୍ଚ କରା ନଯାଇ ସିଟିଓ ଦିଆଯାଇଥିବା ଅଭିଯୋଗ ହୋଇଆସୁଛି । ହୋଟେଲ ଏବଂ ଲଜ୍ ର ବର୍ଜ୍ୟଜଳ ବିଶୋଧନ କରା ନଯାଇ ସିଧାସଳଖ ଡ୍ରେନରେ ଛଡା ଯାଉଥିବାରୁ ଜଳ ପ୍ରଦୂଷଣ ବଢୁଛି । ଏପରିକି କିଛି ହୋଟେଲ ଏବଂ ଲଜ୍ ପାଇଖାନା ଟାଙ୍କି ପାଣି ମଧ୍ୟ ଟ୍ରିଟମେଣ୍ଟନ କରି ଡ୍ରେନରେ ଛାଡୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏହି ହୋଟେଲ ଏବଂ ଲଜ୍ କୁ ସିଟିଓ ଦେବା ପୂର୍ବରୁ ସଠିକ୍ ଯାଞ୍ଚ କରାନଯାଇ ଅନୁମତି ପ୍ରଦାନ କରାଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି । ହୋଟେଲ ଏବଂ ଲଜ୍ ର ବର୍ଜ୍ୟଜଳ ଇଟିପି ମାଧ୍ୟମରେ ଟ୍ରିଟମେଣ୍ଟ ହେବା ପରେ ଡ୍ରେନରେ ଛଡାଯିବା କଥା । ମାତ୍ର ତାହା କରା ନଯାଇ ସିଧାସଳଖ ଡ୍ରେନରେ ଛଡା ଯାଉଛି । କନସେଣ୍ଟଟୁ ଅପରେଟ ଦିଆଯାଇଥିବା ହୋଟେଲ ଏବଂ ଲଜ୍ ପୁନଃ ଯାଞ୍ଚ କରାଯିବାକୁ ଦାବି ହୋଇଛି । ବିନା ଯାଞ୍ଚରେ କିପରି ଅନୁମତି ଦିଆଗଲା ତାହା ଉପରେ ପ୍ରଶ୍ନ ଉଠିଛି । ନିୟମ ଉଲ୍ଲଘଂନ କରି ଚାଲିଥିବା ହୋଟେଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି । ଏ ନେଇ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଲଲିତ ନାୟକଙ୍କ ପଚାରିବାରୁ କିଛି ଅସାଧୁ ହୋଟେଲ ଏବଂ ଲଜ୍ ମାଲିକ ବର୍ଜ୍ୟଜଳ ସିଧାସଳଖ ଡ୍ରେନରେ ଛାଡୁଥିବା ନେଇ ଅଭିଯୋଗ ଆସିଛି । ଯେଉଁ ହୋଟେଲଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ସମାନଙ୍କର ପରିମଳ ବ୍ୟବସ୍ଥା ଯାଞ୍ଚ କରାଯିବା ସହ ଡ୍ରେନରୁ ବର୍ଜ୍ୟଜଳ ନିଷ୍କାସନ ହେଉଥିବା ସଂଯୋଗ କଟାଯବି ବୋଲି କହିଛନ୍ତି ।