ସାଂସଦଙ୍କ ଦ୍ୱାରା ଅଢେଇ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ଉଦଘାଟିତ
ଜଟଣୀ : ଭୁବନେଶ୍ୱର ଲୋକସଭା ସାଂସଦ ଅପେରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଯାଇଛି । ଜଟଣୀ ପୌରାଞ୍ଚଳରେ ୧୬୭ ଲକ୍ଷ ବିନିମୟରେ ଷଣ୍ଢପୁର ଠାରେ ନୂତନ ସମ୍ପଦ କେନ୍ଦ୍ର, ୮୭ଲକ୍ଷ ବିନିମୟରେ ଷଣ୍ଢପୁର ଠାରେ ମଳ ଉପଚାର କେନ୍ଦ୍ର ନିର୍ମାଣର ସମ୍ପ୍ରସାରଣ ଓ ୫ଲକ୍ଷ ବିନିମୟରେ କୁଦିଆରୀ ଠାରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଅନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଖୋର୍ଦ୍ଧାଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ସାଂସଦଙ୍କ ପୌର ପ୍ରତିନିଧି ସତୀଶ ଶର୍ମା ଉପସ୍ଥିତ ଥିଲେ ।