କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ ‘: ନାରୀ ସୁରକ୍ଷା ପ୍ରବଚନ ଦରକାର ନାହିଁ’
ଭୁବନେଶ୍ୱର: ଏମିତି କ’ଣ ଘଟିଛିଯେ, ଗୃହ କମିଟି ହେବ । କଂଗ୍ରେସ ଅଯଥା ଗୃହ କମିଟି ଦାବି କରୁଛନ୍ତି । ବିଜେଡ଼ି ବି ଗୃହ କମିଟିର ଆବଶ୍ୟକତା ନାହିଁ ବୋଲି କହିଛି । ସୁରକ୍ଷା କର୍ମଚାରୀମାନେ କେଉଁସ୍ତରର କର୍ମଚାରୀଯେ, ସେମାନେ ବିଧାୟକଙ୍କୁ ମାଡ଼ମାରିବେ । ମିଛ କହିବାର ବି ସୀମା ଅଛି । ଗୃହକୁ ଦୀର୍ଘଦିନ ଧରି ଗୃହକୁ ଅଚଳ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା କାଳରେ କଂଗ୍ରେସକୁ ସମାଲେଚାନା କରି ମୁଖ୍ୟମନ୍ତ୍ରୀ କହିଲେଯେ, କଂଗ୍ରେସର ନୂଆ ସଭାପତି ଆସିଛନ୍ତି । ସେ ଦଳକୁ ପୁନଃଜୀବିତ କରୁଛନ୍ତି । କଂଗ୍ରେସର ନାରୀ ସୁରକ୍ଷା ପ୍ରବଚନ ଦରକାର ନାହିଁ । ସେହିପରି ନବୀନଙ୍କୁ ବି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି । ଗୃହରେ ସେ ବିରୋଧୀ ଦଳ ନେତାଙ୍କୁ ଖୋଜିବା ସହ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଗୃହକୁ ଆସୁନଥିଲେ । ଉତ୍ତର ଦେଉନଥିଲେ । ଏବେ ବିରୋଧୀ ଦଳ ନେତା ଥିବାବେଳେ ଗୃହକୁ ଆସି ଆଲୋଚନାରେ ଭାଗ ନେଉନାହାନ୍ତି ବୋଲି କହିଥିଲେ । ମାଓବାଦୀ ଦମନ କ୍ଷେତ୍ରରେ ଓଡିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୨୪ରେ ୬ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି ଏବଂ ୨୪ ଜଣ ଆତ୍ମସମର୍ପଣ କରିଛନ୍ତି । ଚଳିତବର୍ଷ ଜାନୁଆରୀରେ ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ, ଓଡ଼ିଶା ପୁଲିସ, ଛତିଶଗଡ଼ ପୁଲିସ ଏବଂ ସିଆରପିଏଫର ମିଳିତ ଅଭିଯାନରେ ମାଓବାଦୀ ସଂଗଠନର ଜଣେ ବରିଷ୍ଠ କ୍ୟାଡର ସହ ୧୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା । ଏହି ଅଭିଯାନରେ ଓଡିଶା ପୋଲିସର ଏସଓଜି ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଚଳିତ ବର୍ଷ ଫେବୃଆରୀରେ କଳାହାଣ୍ଡି ଜିଲ୍ଲା ପୋଲିସ ଆଠ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ପ୍ରାୟ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା । ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବାଲି ମାଫିଆଙ୍କ ବିରୁଦ୍ଧରେ ୧୨୫୨ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫ ଶହ ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ଟିପ୍ପର ଓ ହାଇୱା ଜବତ କରାଯାଇଛି । ସେହିପରି ୬୯୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସହ ୮୧୯ ଲୋକଙ୍କୁ ନୋଟିସ ଦିଆଯାଇଛି ।
ପୂର୍ବ ସରକାର ଓ ଆମ ସରକାର ଶାସନକୁ ଆସିବା ପରର ପରିସଂଖ୍ୟାନ ତୁଳନା କଲେ ରାଜ୍ୟରେ ଅପରାଧ ସଂଖ୍ୟା ଅପେକ୍ଷାକୃତ ଭାବରେ ହ୍ରାସ ଘଟିଛି ବୋଲି କୁହାଯାଇପାରିବ । ସେହିପରି ହତ୍ୟା ମାମଲା ୭.୪% ହ୍ରାସ ପାଇଥିବାବେଳେ ନାବାଳିକା ଦୁଷ୍କର୍ମ ହାର ୪.୭%, ଦୁଷ୍କର୍ମ ଘଟଣାରେ ୧.୭% ହ୍ରାସ ପାଇଛି । ସେହିପରି ଅସଦାଚରଣ ୩.୯%, ଯୌନ ନିର୍ଯାତନା ୧୩.୫%, ନାରୀ ଚାଲାଣ ମାମଲା ୨୯.୪% କମିଛି । ଏହାଛଡ଼ା ଯୌତୁକ ଜନିତ ମୃତୁ୍ୟ କ୍ଷେତ୍ରରେ ଅପରାଧ ହ୍ରାସ ହାର ୨୦.୧% ଥିଲାବେଳେ ଯୌତୁକ ନିର୍ଯାତନା କ୍ଷେତ୍ରରେ ଏହା ୪.୬% କମିଛି । ନିଖୋଜ ବାଳିକା ଓ ମହିଳାମାନଙ୍କୁ ଉଦ୍ଧାର କରିବା ପାଇଁ ସମଗ୍ର ରାଜ୍ୟରେ ଗତ ଫେବୃଆରୀ ୨୪ରୁ ୨୮ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ୧୧୦ ବାଳିକା ଓ ୪୩୪ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଗତବର୍ଷ ଜୁନରୁ ଫେବୃଆରୀ ମଧ୍ୟରେ ସାଇବର ଠକେଇର ଶିକାର ହୋଇଥିବା ଲୋକଙ୍କୁ ପ୍ରାୟ ୩ କୋଟି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ସେହି ସମୟ ମଧ୍ୟରେ ଠକେଇ ହୋଇଥିବା ପ୍ରାୟ ୨୭ କୋଟି ଟଙ୍କାର କାରବାର ଉପରେ ରୋକ ଲଗାଯାଇପାରିଛି । ୨୦୨୪ରେ ସମୁଦାୟ ୧୩୮୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ୧୬୬୯ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୨୫ ମସିହା ୧୯ ମାର୍ଚ୍ଚ ସୁଦ୍ଧା ସର୍ବମୋଟ ୮୯୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ୩୦୮ ଜଣଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ୨୦୨୪ରେ ୯ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ କରାଯିବା ସହ ୩୩୯ ଜଣଙ୍କୁ ଗିରଫ କରାଯାଇଛି । ୨୦୨୫ ମସିହାରେ ଅଢେଇ କେଜି ବ୍ରାଉନ ସୁଗାର ଜବତ କରାଯିବା ସହ ୭୭ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଚାଷ ରୋକିବା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚାଲିବ । ବିଭିନ୍ନ ବର୍ଗରେ ଖାଲି ପଡିଥିବା ୨୯୨୨ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ
୨୧ ଜଣଙ୍କୁ ମିସା...