ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ  ସମାଲୋଚନା

 ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ଲ୍ୟାମ୍ପସରେ ହେରଫେର ଓ ଅନିୟମିତତା ହେବା ନେଇ ଲ୍ୟାମ୍ପସର ୫ ଜଣ ଡାଇରେକ୍ଟର ଗତ ୧୬.୦୬.୨୫ ତାରିଖ ଦିନ ସାମ୍ୱାଦିକଙ୍କୁ କୌଣସି ଲିଖିତ ଭାବେ ନ ଜଣାଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଅନୁରୋଧ ରକ୍ଷା କରି ସମସ୍ତ ସାମ୍ୱାଦିକ ଖବର ସଂଗ୍ରହ କରିବା ପାଇଁ ସମ୍ମିଳନୀରେ ଉପସ୍ଥିତ ଥିଲେ । ପରେ ଉକ୍ତ ସାମ୍ୱାଦିକ ସମ୍ମିଳନୀର ଖବର କିଛି ଗଣମଧ୍ୟାମରେ ପ୍ରକାଶିତ ହେବା ସହ କିଛି ଗଣ ମାଧ୍ୟମରେ ପ୍ରକାଶ ନହେବା ହେତୁ ଡାଇରେକ୍ଟର ମହେଶ୍ୱର ବାଗ ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆପତ୍ତିଜଜନକ ମନ୍ତବ୍ୟ ଦେବା ସହ ସମାଲୋଚନା କରିବା ଓ ଅଶାଳୀନ ମନ୍ତବ୍ୟ ତାଙ୍କ ଫେସବୁକ୍ ପେଜରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟ୍ରେ ଶ୍ରୀ ବାଗ ସାମ୍ବାଦିକଙ୍କୁ କିଣା ସାମ୍ବାଦିକ, ଲୋଭାଶକ୍ତ, ଶସ୍ତା ସାମ୍ବାଦିକ ବୋଲି ବହୁ କଟୁ ମନ୍ତବ୍ୟ ଉଲ୍ଲେଖ କରିଛନ୍ତି  । ଯାହାକୁ ନେଇ ସାମ୍ୱାଦିକ ମଧ୍ୟରେ ଅସନ୍ତୋଷ ଦେଖାଦେବା  ସହ ସମାଜରେ ସାମ୍ବାଦିକଙ୍କ ପ୍ରତି ଏକ ଖରାପ ବାର୍ତା ଯାଉଛି । ସାମ୍ବାଦିକତାକୁ  କ୍ଷୁର୍ଣ୍ଣ କରିବା ସହ  ସମ୍ମାନ ହାନି ହୋଇଛି । ଏ ନେଇ ପାପଡାହାଣ୍ଡି ପ୍ରେସ କ୍ଲବ ସଭାପତି ଏନ ଜନାର୍ଦ୍ଦନ ରାଓଙ୍କ ସଭାପତିତ୍ୟରେ ଥାନାଧିକାରୀ ଦୀପକ ଜେନାଙ୍କୁ ଏକ ଲିଖିତ ଏତଲା ଦିଆଯାଇଛି । ଏଣୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ୱାଦିକ ସପ୍ନଜିତ ପଟ୍ଟନାୟକ, ସୁଜିତ୍ ନାୟକ, ଆକାଶ ବିଷୋୟୀ, କୈଳାସ ଚନ୍ଦ୍ର ବିଷୋୟୀ, ପ୍ରବୀଣ ସତନାମି, ଗୌତମ ଅଗ୍ରୱାଲ, ସନ୍ତୋଷ ସାହୁ, ନିର୍ମଳ ବିଷୋୟୀ, ଅନିଲ ଭତ୍ରା, ସନ୍ତୋଷ ପାଣିଗ୍ରାହୀ, ଗୁଫରାନ, କିଶୋର ବିଷୋୟୀ, ବିଜୟ ବିଷୋୟୀ ପ୍ରମୁଖ ଅଭିଯୋଗ କରିଛନ୍ତି ।