ପଞ୍ଚାୟତ ବୈଠକ
ତିର୍ତ୍ତୋଲ : ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ ବିଜିପୁର ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟି ତତଫରୁ କେତେକ ହାତ ଗଣତି କର୍ମୀଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ମନୋରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଗୋପାଳପୁର ଗ୍ରାମପଞ୍ଚାୟତର ପ୍ରତେକଟି ୱାର୍ଡର ବିକେପିର ବରିଷ୍ଠ କର୍ମକର୍ତ୍ତା, ମାତୃଶକ୍ତି ଓ ଯୁବକ ଭାଇ ମାନେ ସ୍ୱଳ୍ପ ମାତ୍ରାରେ ସାମିଲ ହୋଇଥିଲେ । ସାଙ୍ଗଠନିକ ବୈଠକରେ ଦାଇଁଲୋ ଗ୍ରାମପଞ୍ଚାୟତର ବିଜେପି ପ୍ରଭାରୀ ପ୍ରଶାନ୍ତ ପଣ୍ଡା ଉପସ୍ଥିତ ସହିତ ଅନ୍ୟମାନଙ୍କ ମଧ୍ୟରେ ଦାଇଁଲୋ ମଣ୍ଡଳ ଓବିସି ଯୁବମୋର୍ଚ୍ଚା ସଭାପତି ନିହାର ରଞ୍ଜନ ମହାପାତ୍ର, କର୍ମୀ ଧ୍ରୁବ ଚରଣ ଦାସ, ବିଳାସ ସେନାପତି, ବୈଷ୍ଣମ୍ବ ଚରଣ ସେଠି, ଯଶୋବନ୍ତ ସାହୁ, ଶାନ୍ତିଲତା ରାଏ, ବାଦଲ ସାହୁ, ଅକ୍ଷୟ ବରାଳ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତରେ ସର୍ବସମ୍ମତିକ୍ରମେ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ ବିଜେପି ସଂଗଠନକୁ ସୁଦୃଢ ଓ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ପଞ୍ଚାୟତର ବିଜେପି ସାଙ୍ଗଠନିକ ଦାଇତ୍ୱ ସମାଜସେବୀ ବିଜୟ ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଛି ।